ସ୍ତ୍ରୀ ର ହତ୍ୟା ସନ୍ଦେହରେ ସ୍ବାମୀ ଗିରଫ

10

ପୁରୁଷୋତ୍ତମପୁର,୨୫/୧୦(ସୁଦାମ ମହାରଣା) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭୂତସରସିଙ୍ଗି ଗ୍ରାମର ଜୟନ୍ତୀ ସେଠିଙ୍କୁ ତାଙ୍କ ସ୍ବାମୀ ହତ୍ୟା କରି ପୋଡି ଦେଇ ଥିବା ନେଇ ସୋମବାର ରାତିରେ ଅଭିଯୋଗ ହୋଇଥିଲା।ଏନେଇ ପୋଲିସ ପକ୍ଷରୁ ୨୬୪/୧୯ ରେ ମାମଲା ରୁଜ୍ଜୁ କରାଯାଇ,ଘଟଣା ସ୍ଥଳକୁ ଯାଇ ଏସଡିପିଓ ନିମାଇଁ ସେଠି ଓ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ତଦନ୍ତ କରିବା ସହ ଶ୍ମଶାନରେ ପୋଡି ଦିଆଯାଇଥିବା ମହିଳାଙ୍କ ହାଡ ପାଉଶ, କିଛି ଭଙ୍ଗା ଚୁଡି,ଚପଲ ଜବତ କରିଛନ୍ତି । ଏହି ମାମଲାରେ ବୁଧବାର ଅଭିଯୁକ୍ତ ସ୍ବାମୀ ଅଭିସେଠିକୁ ପୋଲିସ କୋର୍ଟ ଚାଲାଣ କରିଛି । ହାଡପାଉଶକୁ ବ୍ରହ୍ମପୁର ବଡ ମେଡିକାଲ ଏଫ୍ ଏମ ଟି ବିଭାଗକୁ ପଠାଯାଇଛି।ଏହାର ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣା ପଡିବ ବୋଲି ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ,ସ୍ଥାନୀୟ ଥାନା ଅନ୍ତର୍ଗତ ଗୋଠିଆଳି ଗ୍ରାମର ଜୟନ୍ତୀ ସେଠି କୋଡିଏ ବର୍ଷ ତଳେ ଭୂତସରସିଙ୍ଗି ଗ୍ରାମର ଅଭିସେଠିଙ୍କୁ ବିବାହ କରିଥିଲେ। ତାଙ୍କର ୪ଗୋଟି ସନ୍ତାନ ରହିଛନ୍ତି। ବିବାହ ପରଠାରୁ ଅଭି ଅଧିକ ଟଙ୍କା ଆଣିବା ପାଇଁ ଦାବି କରୁଥିଲେ ଓ ବିଭିନ୍ନ ପ୍ରକାର ନିର୍ଯାତନା ଦେଉଥିଲେ। ଟଙ୍କା ନ ଆଣିବାରୁ ସୋମବାର ଅଭି କିଛି ସହଯୋଗୀଙ୍କ ସହାୟତାରେ ଜୟନ୍ତୀକୁ ହତ୍ୟା କରି ଏକ ଆମ୍ବ ଗଛରେ ଝୁଲାଇବା ସହ ସେଠାରୁ ଆଣି ଶ୍ମଶାନରେ ପୋଡି ଦେଇଥିବା ମୃତ ମହିଳାଙ୍କ ଭାଇ ଜଗନ୍ନାଥ ସେଠି ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ADVERTISEMENT