ସମ୍ବଲପୁର ସିଟି ରେଳ ଷ୍ଟେସନ୍‌ରେ ଏନ୍‌କାଉଣ୍ଟର୍‌ : ଦୁର୍ଦ୍ଦାନ୍ତ ଅପରାଧୀ ଆହତ

9

ସମ୍ବଲପୁର,o୨/o୯ (ଏଜେନସି ) : ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ମୁସିମ ଅଖତାର ଆହତ ହୋଇଛି। ସୋମବାର ଭୋର ୫ଟା ୨୦ ମିନଟରେ ସିଟି ଷ୍ଟେସନ ନିକଟରେ ଏହି ଏନକାଉଣ୍ଟର ଘଟିଛି। ମୁସିମ୍‌ଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିବାର ସୂଚନା ମିଳିଛି। ସୂଚନା ଅନୁସାରେ, ସିଟି ଷ୍ଟେସନ ନିକଟରେ ମୁସିମ ବୁଲାବୁଲି କରୁଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଧନୁପାଲି ପୋଲିସ ଓ ସ୍ପେଶାଲ ସ୍କ୍ବାଡ ଟିମ ଷ୍ଟେସନରେ ଚଢାଉ କରିଥିଲେ। ଏହି ସମୟରେ ହଠାତ୍‌ ମୁସିମ୍‌ ପୋଲିସ ଉପରକୁ ପାଲଟା ଗୁଳି ଚଳାଇଥିଲେ। ଯାହାର ଜବାବରେ ପୋଲିସ ମୁସିମଙ୍କୁ ଏନକାଉଉଣ୍ଟର କରିଥିଲା। ମୁସିମ୍‌ଙ୍କ ପାଲଟା ଗୁଳିରେ ଜଣେ ଏଏସଆଇ ଆହତ ହୋଇଛନ୍ତି। ତାଙ୍କ ନାଁରେ ବିଭିନ୍ନ ଥାନାରେ ୧୫ରୁ ଅଧିକ ମାମଲା ରହିଛି। ମୁସିମଙ୍କ ନିକଟରୁ ଗୋଟିଏ ୯ ଏମଏମ ପିସ୍ତଲ, ଗୋଟିଏ ଗୁଳି ଓ ୪ହଜାର ଟଙ୍କା ପୋଲିସ୍‌ ଜବତ କରିଛି।

ADVERTISEMENT