ତୁମୁଡିବନ୍ଧ ବ୍ଲକରେ ବିଜୁ ଜନତା ଦଳ ତରଫରୁ ଜନ ସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନ

21

ତୁମୁଡିବନ୍ଧ,୨୫/୧୦(ଟିକି ଦଣ୍ଡିଆ) : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ତରଫରୁ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନ କରାଯାଇଛି ଏହି ପଦଯାତ୍ରା ସମାରୋହ ତୁମୁଡିବନ୍ଧ ବସଷ୍ଟାଣ୍ଡ ଠାରୁ ମାଉସୀ ମା ମନ୍ଦିର ଛକ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରାଯାଇଥିଲା । ଏହି ପଦଯାତ୍ରାରେ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ପୁର୍ବତନ ବିଧାୟକ ରାଜୀବ ପାତ୍ର, ତୁମୁଡିବନ୍ଧ ସାଂସଦ ପ୍ରତିନିଧି ପ୍ରମୋଦ ସାହୁ,ଶ୍ୟାମ ସୁନ୍ଦର ବଡ଼ସେଠ, ତୁମୁଡିବନ୍ଧ ବ୍ଲକ ଅଧକ୍ଷ ପ୍ରକାଶ ପାତ୍ର , ବରିଷ୍ଠ ବିଜେଡ଼ି ନେତା , ଜିଲ୍ଲା ପରିଷଦ ଜୟନ୍ତୀ ପାତ୍ର, , ବହୁ , ଯୁବ ନେତା ଓ କର୍ମୀ ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ରହିବା ସହ ପଞ୍ଚାୟତରୁ ବହୁ କର୍ମୀ ଓ ଜନସାଧାରଣ ଯୋଗଦେଇଥିଲେ । ଏହା ସହ ଉପେନ୍ଦ୍ର ନାୟକ କୁର୍ତ୍ତମଗଡ଼ ସମିତି ସଭ୍ୟ ଓ ତାଙ୍କ ସହ କିଛି କର୍ମୀ କଂଗ୍ରେସ ଛାଡି ନବୀନ ନିତି ଓ ଆଦର୍ଶ ଦେଖି ବିଜୁ ଜନତା ଦଳରେ ଯୋଗଦେଇଥିଲେ ।

ADVERTISEMENT