ବ୍ରହ୍ମପୁର ସା’ସଦ ଓ ବିଧାୟକଙ୍କ ଜଳମଗ୍ନ ଅଞ୍ଚଳ ପରିଦର୍ଶନ

32

ବ୍ରହ୍ମପୁର,୨୫/୧୦(ସୁଦାମ ମହାରଣା ) : ଲଗାଣ ବର୍ଷାରେ ଗଞ୍ଜାମ ଜିଲ୍ଲା ବେହାଲ ,ଏହାର ପ୍ରଭାବ ଗାଁ ଠାରୁ ସହର ପର୍ଯ୍ୟନ୍ତ ଦେଖିବାକୁ ମିଳିଛି। ଲଘୁଚାପ ବର୍ଷାରେ ରେଶମ ସହରର ତଳିଆ ଅଞ୍ଚଳର ଘରେ ପାଣି ପଶିଯାଇଥିବା ବେଳେ କିଛି ଅଞ୍ଚଳ ମଧ୍ୟ ଜଳବନ୍ଦୀ ଘେରରେ ରହିଛି । ବ୍ରହ୍ମପୁର ସାସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା , ଗୋଷାଣିନୂଆ ଗାଁ, ଲୋଚାପଡା,ନୀଳାଦ୍ରି ବିହାର, ଗଜପତି ନଗର, ନୀଳାଞ୍ଚଳନଗର,ଶରଧା ବାଲିର ବାସିନ୍ଦାଙ୍କୁ ଭେଟି ,ଶୁଖିଲା ଖାଦ୍ୟ ବାଣ୍ଟିବା ସହ ସ୍ଥାୟୀ ପ୍ରତିକାର ପାଇଁ ପ୍ରତିଶ୍ରୁତି ଦେଇଥିଲେ।ଏହି ପରିଦର୍ଶନରେ ବିଜେଡି କର୍ମୀ ମାନେ ଉପସ୍ଥିତ ଥିଲେ ।

ADVERTISEMENT