ଅଳିଆ ଗଦାରେ ସହର ତଳି ଅଂଚଳ ସ୍ଵଛ ଭାରତ କାହା ସ୍ୱାର୍ଥରେ ?

19

କୁକୁଡ଼ାଖଣ୍ଡି ,୨୫/୧୦(ଇ.ରଞ୍ଜନ ) : ବ୍ଲକ ଓ ବ୍ରହ୍ମପୁର ନିକଟବର୍ତ୍ତୀ ରେ ଯେଉଁ ଗ୍ରାମାଞ୍ଚଳ ରହିଅଛି ସେହି ଗ୍ରାମାଞ୍ଚଳ ଗୁଡିକରେ ସ୍ୱଚ୍ଛତା ପ୍ରତି ପ୍ରଶାସନର ସଚେତନ ଅଭାବ ଯୋଗୁଁ ଏବଂ ଲୋକଙ୍କ ଅଜ୍ଞତା ଦୃଷ୍ଟିରୁ ରାସ୍ତାକଡ ରେ ଅସ୍ୱଚ୍ଛତା ଦିନକୁ ଦିନ ପ୍ରଭାବ ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ କେନ୍ଦ୍ର ସରକାରଙ୍କ ଵିଜ୍ଞାପନ ଜରିଆରେ ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ପ୍ରଶାସନ ଉପରେ ଦୃଷ୍ଟି ପଡୁନଥିବା କୁ ନେଇ ସାଧାରଣରେ ପ୍ରତିକ୍ରିୟା ସୃଷ୍ଟି ହଇଛି । ସରକାର ସ୍ୱଚ୍ଛ ଭାରତ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି 2021 ସୁଦ୍ଧା ଘରେ ଘରେ ପାଇଖାନା ନିର୍ମାଣ ନିମନ୍ତେ ଧର୍ଯ୍ୟ କରିଥିଲା ବେଳେ ଲୋକଙ୍କୁ ପାଇଖାନା ନିର୍ମାଣ ନିମନ୍ତେ ଆଦେଶ ପତ୍ର ଦିଆଯାଉଛି । କିନ୍ତୁ ପାଇଖାନା ନିର୍ମାଣ ଶେଷ କରି ଲୋକେ ବ୍ଲକକୁ ବାରମ୍ବାର ଦୌଡୁଛନ୍ତି କିନ୍ତୁ ଟଙ୍କା ମିଳିବା ପରିବର୍ତ୍ତେ ସେଠାରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ନିରାଶ ହୋଇଫେରନ୍ତି ତିଳେ ମଧ୍ୟ ପ୍ରଶାସନ କର୍ଣ୍ଣପାତ ଦେଉନଥିବା ଯୋଗୁଁ ସେଠlରେ ପାଇଖାନା ନିମନ୍ତେ ଇଚ୍ଛା ପ୍ରକାଶ କରୁଥିବା ଅନ୍ୟ ଲୋକଙ୍କ ଆଗ୍ରହ କମିଯିବା ସହ ସେଠାରୁ ଫେରି ଆସୁଥିବା ଦେଖିବାକୁ ମିଳୁଛି । ଏଥିନେଇ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିଲେ କେଉଁ ଲୋକଙ୍କୁ ଟଙ୍କା ଯାଇନି ସେମାନଙ୍କୁ କୁଅନ୍ତୁ ଆସି ବୁଝି ନେବେ ବଲି ଯନ୍ତ୍ରୀ ଉପଦେଶ ଦେଉଛନ୍ତି । କିନ୍ତୁ ଲୋକଙ୍କୁ ବୁଝିଲେ ଏହା ପ୍ରଶାସନର ବାହାନା ବଲି ମତ ରଖିଛନ୍ତି ଏହା ସହ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଏଥି ନେହି ଅଭିଯୋଗ କରିବା ପାଇଁ କହିଛନ୍ତି ।

ADVERTISEMENT