ସରୁ ନାହିଁ ଗଞ୍ଜାମ ଜିଲ୍ଲାର ଦାଦନ ଦୁଃଖ : ମର ଶରୀର ଗାଁ କୁ ଆଣିବା ପାଇଁ ପରିବାରର ପ୍ରଶାସନ ନିକଟରେ ଆକୁଳ ନିବେଦନ

8

କୋଦଳା,୨୬/୧୦(ସୁଦାମ ମହାରଣା) : ଗଞ୍ଜାମ ଜିଲ୍ଲାରେ ସରୁ ନାହିଁ ଦାଦନ ଦୁଖଃ।କେତେ ବେଳେ ବିଦେଶରେ ଦାଦନ ସମସ୍ୟା ତ ପୁଣି କେତେବେଳେ ବିଦେଶରୁ ପହଞ୍ଚୁଛି ମୃତ୍ୟୁର ଖବର ।ଏମିତି ଏକ ଦୁଖଦ ଖବର ପହଞ୍ଚିଛି ,ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମରେ।ଏହି ଗ୍ରାମର ରମେଶ ସାମଲଙ୍କ ବଡପୁଅ ହରଶସାମଲ(୨୬)।ଗତ ୨୦୧୪ମସିହା ଅକ୍ଟୋବର୨୦ତାରିଖ ରେ ଉଚ୍ଚ ଦରମା ସାଙ୍ଗକୁ ଭଲ ଚାକିରୀ ଲୋଭରେ ସୁଦୁର କୁଏତ୍ ସହରକୁ କାମ କରିବା ପାଇଁ ଯାଇଥିଲେ।ଦୀର୍ଘ ଦୁଇ ବର୍ଷ କାମ କଲା ପରେ କିଛି ମାସ ଛୁଟି ରେ ଆସି ପୁଣି ଫେରିଯାଇଥିଲେ।
ହଠାତ ଚଳିତ ମାସ ୧୧ତାରିଖ ଦିନ ତାଙ୍କ ନିକଟରେ ଥିବା ସହଯୋଗୀ ଶ୍ରମିକମାନେ ହରଶଙ୍କ ମୃତ୍ୟୁର ଖବର ଫୋନ ଯୋଗେ ପରିବାର ଲୋକଙ୍କୁ ଜଣାଇଥିଲେ ।ରୋଜଗାରିଆ ପୁଅକୁ ହରାଇ ବାପା ମା ଦୁଖଃରେ ଭାଙ୍ଗି ପଡିଥିଲା ବେଳେ ସ୍ତ୍ରୀ ଗୀତାଙ୍କ ପାଦତଳୁ ମାଟି ଖସିଯାଇଛି । ସେପଟେ କୁନି କୁନି ଦୁଇ ପୁଅ ବାପାଙ୍କ ଫେରିବା ବାଟକୁ ଚାହିଁ ବସି ମାର ମୁହଁ କୁ ଅନାଇ କାନ୍ଦୁଛନ୍ତି।ହରଶର ମୃତ୍ୟୁ ଖବର ପରିବାର ଲୋକେ ଖଲ୍ଲିକୋଟ ତହସିଲଦାରଙ୍କୁ ଅବଗତ କରାଇଥିଲେ । ଯାହା ଫଳରେ କି ତହସିଲଦାର ଚିତରଞ୍ଜନ ମହନ୍ତ ଆଜି ଘରକୁ ଆସି ସମବେଦନା ଜଣାଇବା ସହ ଶୀଘ୍ର ମରଶରୀରକୁ ଗ୍ରାମକୁ ଆଣିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।ବଡ ଦୁଖଃର ବିଷୟ ଗତ ଦୁଇ ମାସ ମଧ୍ୟରେ ଖଲ୍ଲିକୋଟ ବ୍ଲକର ତିନି ଜଣ ଶ୍ରମିକଙ୍କ ବିଦେଶ ରେ ମୃତ୍ୟୁ ବରଣକରିଥିବା ବେଳେ ପଚାଶରୁ ଉର୍ଦ୍ଧ୍ବ ଶ୍ରମିକ ମାନେ ନାନା ସମସ୍ୟା ସହ ବିଦେଶରେ ଫସିରହଛନ୍ତି ।
ତେବେ ଦେଖିବା କୁ ବାକିରହିଲା ,କେବେ ସୁଧାରିବ ଗଞ୍ଜାମର ଦାଦନ ଦୁଖଃ !

ADVERTISEMENT