ମୋହନା ବ୍ଳକ ଅନ୍ତର୍ଗତ କର୍ଚ୍ଚବାଡି ଗ୍ରାମପଂଚାୟତର ୫ ନଂ ୱାର୍ଡର ମୁଖ୍ୟ ରାସ୍ତାର ଅବସ୍ଥା ଶୋଚନୀୟ

19

ମୋହନା ୨୬/୧୦ (ମୋହନ ଗୌଡ) : ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ କର୍ଚ୍ଚବାଡି ଗ୍ରାମପଂଚାୟତର ୫ ନଂ ୱାର୍ଡର ଓଡିଆ ସାହି ଠାରୁ ନଦୀ ରାସ୍ତା ପର୍ଯ୍ୟନ୍ତ ବର୍ଷାପାଣୀ ରହି କାଦୁଅ, କଚଡା ଓ ପାଣି ଜମା ହୋଇଅଛି । ସୁବର୍ଣ୍ଣ ସାହି ଠାରୁ ହରିଜନ ସାହି ନଦୀ ପର୍ଯ୍ୟନ୍ତ ଦେଖିଲେ ମନୁଷ୍ୟ ଓ ମା ମାଉସୀ ନଦୀକୁ ଯୀବା ପାଇଁ ବିପଦ ପୂର୍ଣ୍ଣ ଅଟେ । ନଦୀ ଓ ରାସ୍ତା ୨୦ ଫୂଟ ଗଭୀର ହୋଇ ଭୁଶୁଡି ପଡୁଛି ଏବଂ ପକ୍କା ରାସ୍ତାରେ ୨ ରୁ ୩ ଫୁଟ ପାଣି ଜମି ରହିଅଛି । କର୍ଚ୍ଚବାଡି ଗ୍ରାମ ପଂଚାୟତ ବ୍ଳକ ଅବା ମୋହନା ଠାରୁ ମାତ୍ର ୭ କି.ମି ଦୂରରେ ଅବସ୍ଥିତ । କିନ୍ତୁ ଦୁର୍ଭାଗ୍ୟର ବିଷୟ କୌଣସି ପ୍ରଶାସନିକ ଦୃଷ୍ଟି ଗୋଚର ନାହିଁ, ଯାହାକି ସରକାରଙ୍କ ଠାରୁ ରାସ୍ତାଘାଟ ସୁବିଧା ଜନସାଧାରଣ ପାଇ ପାରୁନାହାନ୍ତି ।

ADVERTISEMENT