ଅରଖପୁର ଗ୍ରାମରେ ବିକାଶ ମୂଳକ କାର୍ଯ୍ୟ ପାଇଁ ୫ଟି ମନା କି ?

13

ପୁରୁଷୋତ୍ତମପୁର:୨୬/୧୦(ସୁଦାମ ମହାରଣା) : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଁ ର ଉନ୍ନତି ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । କିନ୍ତୁ ବାସ୍ତବ କ୍ଷେତ୍ରରେ କିଛି ସ୍ବାର୍ଥ ନ୍ୟସ୍ତ ବ୍ଲକ କର୍ମଚାରୀଙ୍କ ଯୋଗୁଁ ତାହା ଠିକ୍ ରୂପେ କାର୍ଯ୍ୟ ସମ୍ପାଦନ ହୋଉନାହି। ଗତ ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ଗାଁ ଆମ ବିକାଶ ଯୋଜନା ମାଧ୍ୟମରେ ପ୍ରତି ପଞ୍ଚାୟତକୁ ୨୫ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିଥିଲେ । ସେହି ଅନୁପାତରେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଅରଖପୁର ଗ୍ରାମପଞ୍ଚାୟତକୁ ମଧ୍ୟ ୨୫ଲକ୍ଷ ଟଙ୍କାର ଅନୁଦାନ ମିଳିଥିଲା । ଏହି ଯୋଜନାରେ ଆରଖପୁର ଗ୍ରାମର ଇଶାନେଶ୍ବର ମନ୍ଦିର ପ୍ରାଙ୍ଗଣରେ ଦୁଇ ଗୋଟି କୋଠଘର ଓ ଗୋଟିଏ କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଉଛି । ପ୍ରତ୍ୟେକ କାର୍ଯ୍ୟର ବ୍ୟୟ ଅଟକଳ ରମୂଲ୍ୟ ୫ଲକ୍ଷ ଟଙ୍କା। ଏହି ଅନୁସାରେ ୧୫ଲକ୍ଷ ଟଙ୍କାର ବିକାଶ ମୂଳକ କାର୍ଯ୍ୟ ଚାଲିଛି । ଏହି କାର୍ଯ୍ୟ ଦୀର୍ଘ ୫ମାସ ହେଲା ଆରମ୍ଭ ହୋଇଥିଲା ମଧ୍ୟ ନା ଅଛି ସୂଚନା ଫଳକ । ଏଥିରୁ ଜଣା ପଡୁଛି ଯେ ଗ୍ରାମବାସୀଙ୍କୁ ଅନ୍ଧାରରେ ରଖି ଏହି ଉନ୍ନୟନ ମୂଳକ କାର୍ଯ୍ୟ କରାଯାଉଅଛି । କିନ୍ତୁ ସରକାରଙ୍କ ନିୟମ ଅନୁଯାୟୀ କାର୍ଯ୍ୟ ଆରମ୍ଭ ପୂର୍ବରୁ ସୂଚନା ଫଳକ ନିର୍ମାଣ କରାଯାଇଥାଏ ।ଏହି ନିର୍ମାଣ କାର୍ଯ୍ୟରେ ନିମ୍ନ ମାନର ସିମେଣ୍ଟ ବ୍ୟବହାର କରାଯାଉଥିବାର ଦେଖିବାକୁ ମିଳିଛି । କାର୍ଯ୍ୟର ଗୁଣବତ୍ତା ଓ ସ୍ଥାୟିତ୍ବକୁ ନେଇ ଏବେ ପ୍ରଶ୍ନ ଉଠିଛି । ସୂଚନା ଫଳକ ନିର୍ମାଣ କରାଯାଉ ନାହିଁ କାହିଁକି ବୋଲି ବୁଝିବାରୁ ପୁରୁଷୋତ୍ତମପୁର ବ୍ଲକର ସହକାରୀ ଯନ୍ତ୍ରୀ ଘନଶ୍ୟାମ ଡାକୁଆ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ନିର୍ମାଣ ହୋଇ ନାହିଁ, କିନ୍ତୁ କନିଷ୍ଠ ଯନ୍ତ୍ରୀ ଜଗଦୀଶ ସାହୁ କହିଛନ୍ତି ନିର୍ମାଣ କରାଯାଇଥିଲା ତାହା ଭାଙ୍ଗି ଯାଇଛି, ବାସ୍ତବରେ ସେଠାରେ କାମ କରୁଥିବା ଶ୍ରମିକ ମାନେ କହିଛନ୍ତି ଆଦୈ ସୂଚନା ଫଳକ ନିର୍ମାଣ ହୋଇନାହିଁ । କୈଣସି ଅଫିସରଙ୍କ କଥାରେ ତାଳମେଳ ରହୁନାହିଁ । ଏଥିରୁ ଜଣା ପଡୁଛି ଯେ ସରକାରଙ୍କ ୫ଟି କିଭଳି କାର୍ଯ୍ୟ ହୋଉଛି ।ଏହି ନିର୍ମାଣ କାର୍ଯ୍ୟରେ ଗଞ୍ଜାମ ଜିଲ୍ଲାର ଶ୍ରମିକ ମିଳିଲେ ନାହିଁ ଯେ ପଶ୍ଚିମବଙ୍ଗର ଶ୍ରମିକ ଓ ମିସ୍ତ୍ରୀଙ୍କ ଦ୍ଵାରା ଏହି ଭଳି ଉନ୍ନୟନ କାର୍ଯ୍ୟ କାହା ସ୍ବାର୍ଥରେ କରାଯାଉଅଛି । ଯାହା ଫଳରେ କି ସ୍ଥାନୀୟ ଅଞ୍ଚଳରେ କିଭଳି ଶ୍ରମ ନିୟୋଜନ କରାଯାଉଛି । ଶ୍ରମିକ ମାନେ ଦାଦନ ଯିବା ପାଇଁ ଏଭଳି ଅସାଧୁ କର୍ମଚାରୀ ମାନେ ହିଁ ଦାୟୀ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି ।

ADVERTISEMENT