ସିିରିଆରେ ଆମେରିକା ସେନା ଦ୍ୱାରା ଆଇଏସଆଇଏସର କୁଖ୍ୟାତ ଆତଙ୍କବାଦୀ ମୁଖିଆ ଅବୁ ବକର ଅଲ ବାଗଦାଦି ନିହତ

11

ନୂଆଦିଲ୍ଲୀ,୨୮।୧୦(ଏଜେନ୍ସି ) : ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ମୋଷ୍ଟ୍‍ ଓ୍ଵାଣ୍ଟେଡ୍‌ ଆତଙ୍କବାଦୀ ମୁଖିଆ ଅବୁ ବକର ଅଲ ବାଗଦାଦି ନିହତ ହୋଇଥିବା ସୂଚନା ମିଳିଛି। ଆମେରିକାର ସେନା ଅପରେସନରେ ବାଗଦାଦି ନିହତ ହୋଇଥିବା ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ରିପୋର୍ଟ ଦେଇଛନ୍ତି । ସିରିୟାର ଇବିବରେ ଆମେରିକା ସେନା ଚଳାଇଥିଲା ଆଇଏସଆଇଏସ ଆତଙ୍କବାଦୀଙ୍କ ବିରୋଧରେ ବଡ଼ ଧରଣର ଅପରେସନ। ଆମେରିକା ଗଣମାଧ୍ୟମର ସୂଚନା ଅନୁସାରେ ନିକଟରେ ଆଇଏସଆଇଏସ ମୁଖିଆ ଅବୁ ବକର ଅଲବାଗଦାଦିକୁ ଟାର୍ଗେଟ କରି ତା ବିରୋଧରେ ରାଷ୍ଟ୍ରପତି ଟ୍ରମ୍ପ ଏକ ସ୍ୱତନ୍ତ୍ର ଅପରେସନ ପାଇଁ ଅନୁମତି ଦେଇଥିଲେ। ଏଥିରେ ଆମେରିକା ସେନାକୁ ସଫଳତା ମିଳିଥିବା ଜଣାପଡିଛି ।

ADVERTISEMENT