ଭୁସ୍ଖଳନ ସ୍ଥାନ ପରିଦର୍ଶନ କରି , ଗ୍ରାମ ବାସିଙ୍କ ସହ ଆଲୋଚନା କଲେ ମୋହନା ବିଧାୟକ

12

ପାରଳାଖେମୁଣ୍ଡି,୨୮।୧୦(ପ୍ରଭାତ ପାତ୍ର ) : ଗୁମା ବ୍ଲକ ବଡ-କଳ।କୋଟ ପଞ୍ଚାୟତ ଅନ୍ତର୍ଗତ କୂଲାଙ୍ଗ ଗ୍ରାମରେ ହୋଇଥିବା ଭୁସ୍ଖଳନ ସ୍ଥାନ ପରିଦର୍ଶନ କଲେ ଓ ଗ୍ରାମ ବାସୀଙ୍କ ସହ ଆଲଚନା କଲେ ମୋହନା ବିଧାୟକ ଶ୍ରୀଯୁକ୍ତ ଦାଶରଥି ଗୋମଙ୍ଗ । ନଷ୍ଟ ହୋଇଥିବା ଘର ଗୁଡିକ କିଭଳି ପୁଣି ହୋଇପାରିବ ସରକାର ସହାୟତାରେ ତାପ୍ରତି ଦୁଷ୍ଟି ଦେବେବଲି କହିଛନ୍ତି ।ଏଭଳି ଦୃଶ୍ୟ ଦେଖି ଗଭୀର ଦୁଃଖ ପ୍ରକାଶ କରିଥିଲେ । ତୁରନ୍ତ ସରକାରଙ୍କୁ ଅନୁରଧ କରି କିପରି ଥଇଥାନ ହୋଇପାରିବେ ତା ବିଷୟ ଆଲୋଚନା କରିଥିଲେ ଶ୍ରୀଯୁକ୍ତ ଗମାଙ୍ଗ ଘର ଘର ବୁଲି ଲୋକ ମାନଙ୍କୁ ଆଶ୍ୱାସନ ଦେବା ସହ କିଛି ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । କୁଲାଙ୍ଗ ରେ ଥିବା ଚର୍ଚ୍ଚ ରେ ଏକ ପ୍ରାଥନା ସଭା କରିଥିଲେ । କୁଲାଙ୍ଗ ଗ୍ରାମ ଗ୍ରସ୍ତରେ ତାଙ୍କୁ ସହଯୋଗ କରିଥିଲେ ପାରଳାଖେମୁଣ୍ଡିର ସମସ୍ତଙ୍କ ପ୍ରିୟ ପୂର୍ବତନ ଉପାଧକ୍ଷ ସଞ୍ଜୟ କୁମାର ଅଧିକାରୀ ଗୁମା ପୂର୍ବତନ ଉପାଧ୍ୟକ୍ଷ ବେନିକ ଗୋମଙ୍ଗ , କୁନା ମାଝି, ଲଳିତମହନ ଦଣ୍ଡସେନା, ସନ୍ତୁ ସାହୁ, ମଣ୍ଡୁ ଲିମା, ଲବ ସାହୁ ଓ ଅନ୍ୟାନ୍ୟ କଂଗ୍ରେସର ସମସ୍ତ କର୍ମକର୍ତ୍ତା ମାନେ ସେଠାରେ ପହଞ୍ଚି ସହଯୋଗ କରିଥିଲେ।

ADVERTISEMENT