ଚନ୍ଦ୍ରୟାନ-୨ରୁ ଅଲଗା ହେଲା ବିକ୍ରମ ଲ୍ୟାଣ୍ଡର

14

ବେଙ୍ଗାଲୁରୁ,o୨/o୯ (ଏଜେନସି ) : ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋର)ର ବୈଜ୍ଞାନିକ ସୋମବାର ଅର୍ଥାତ ସେପ୍ଟେମ୍ବର ୨ ଦିନ ପ୍ରାୟ ୧ଟା ୩୦ରେ ଚନ୍ଦ୍ରୟାନ-୨ର ଅର୍ବିଟରରୁ ବିକ୍ରମ ଲ୍ୟାଣ୍ଡରକୁ ଅଲଗା କରିଦେଇଛନ୍ତି । ଆସନ୍ତା ୨୦ ଘଣ୍ଟା ପର୍ଯ୍ୟନ୍ତ ଏହା ନିଜ କକ୍ଷପଥ ପଛେପଛେ ୨ କିଲୋମିଟର ପ୍ରତି ସେକେଣ୍ଡ ଗତିରେ ଚନ୍ଦ୍ରର ପରିକ୍ରମା କରିବ। ଚନ୍ଦ୍ରୟାନ-୨ ଏବେ ୩ଟି ଭାଗରେ ପ୍ରସ୍ତୁତ କରାଯାଇଛି। ପ୍ରଥମଟି ହେଉଛି ଅର୍ବିଟର, ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋବର। ବିକ୍ରମ ଲ୍ୟାଣ୍ଡର ଭିତରେ ହିଁ ପ୍ରଜ୍ଞାନ ରୋବର ରହିଛି ଯାହା ସଫ୍ଟ ଲ୍ୟାଣ୍ଡି ପରେ ବାହରକୁ ଆସିବ।

ADVERTISEMENT