ଭିନ୍ନକ୍ଷମ ସ୍କୁଲରେ ଦୀପାବଳି ପାଳନ କଲେ: ବ୍ରହ୍ମପୁର ଏସପି ଓ ଡ଼ିଆଇଜି

14

ବ୍ରହ୍ମପୁର,୨୮।୧୦(ସୁନୀଲ କୁମାର ସାହୁ ) : ଆଲୋକର ପର୍ବ ହେଉଛି ଦୀପାବଳି l ଅନ୍ଧକାର କୁ ଦୂର କରି ସମସ୍ତଙ୍କ ଜୀବନ ଅଲୋକିତ କରିବା ଅର୍ଥାତ ସମସ୍ତଙ୍କ ମୁହଁରେ ହସ ଫୁଟାଇବା ଏହାର ମୁଖ୍ୟ ଉଦେଶ୍ୟ l ଆଜି ଏଭଳି କିଛି ମହତ ପୂର୍ଣ୍ଣ କାମ କରିଛନ୍ତି ଆମର ବ୍ରହ୍ମପୁର ପୋଲିସ ପ୍ରଶାସନ ଅଧିକାର ବ୍ରହ୍ମପୁର ଏସପି ପିନାକୀ ମିଶ୍ର ଓ ଡ଼ିଆଇଜି ସତ୍ୟବ୍ରତ ଭୋଇ ଓ ଅନ୍ୟ ସମେତ କର୍ମଚାରୀ ମାନେ ଏକ ଭିନ୍ନକ୍ଷମ ଶିକ୍ଷାନୁସ୍ଥାନକୁ ଯାଇ ସେଠାରେ ଛୋଟ ଛୋଟ ପିଲାମାନଙ୍କ ସହ ଦୀପାବଳି ପାଳନ କରିଥିଲେ l ପିଲାମାନେ ଅତି ଖୁସିରେ ଦୀପ ଲଗାଇ ଝୁରୁ ଝୁରି ବାଣ ଫୁଟାଇ ଥିଲେ l ଶେଷରେ ବ୍ରହ୍ମପୁର ଏସପି ପିଲାମାନଙ୍କୁ ମିଠା ବଣ୍ଟନ କରିଥିଲେ l ଏହାଦ୍ଵାରା ସେଠାକାର ପରିବେଶ ଅତ୍ୟନ୍ତ ମୋନରମ ହୋଇଉଠିଥିଲା l ଓ ପିଲାମାନଙ୍କ ମୁହଁରେ ହସ ଫୁଟିଥିଲା l

ADVERTISEMENT