ପୁରୁଷୋତ୍ତମପୁର ବ୍ଲକ ଅଧ୍ୟକ୍ଷ ନିର୍ମଳ ସାହୁ ହେବା ନେଇ ଚର୍ଚ୍ଚା ଜୋର ଧରିଛି

14

ପୁରୁଷୋତ୍ତମପୁର,୨୮।୧୦(ସୁଦାମ ମହାରଣା ) :ଗଞ୍ଜାମଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡା ଗତ ଶୁକ୍ରବାର ଦିନ ତାଙ୍କ ପଦବୀରୁ ଇସ୍ତଫା ଦେବା ପରେ ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବ ସେ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ନିର୍ମଳ ସାହୁ ଏହି ପଦବୀ ହାତେଇବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ନିର୍ମଳ ହିଁ ଏହି ଅଧ୍ୟକ୍ଷ ପଦବୀ ପାଇଁ ଦାବିଦାର । ତାଙ୍କୁ ଅଧ୍ୟକ୍ଷ ପଦବୀରେ ବସାଇବା ପାଇଁ ସରପଞ୍ଚ ଓ ସମିତି ସଭ୍ୟ ମାନେ ଏକ ପ୍ରକାର ଦୃଢ ନିଷ୍ପତ୍ତି ନେଇଛନ୍ତି।
ଶ୍ରୀ ସାହୁ ଜିଲ୍ଲା ଯୁବବିଜେଡି ଉପଦେଷ୍ଟା ପଦବୀରେ ରହି ଥିବା ବେଳେ ପୂର୍ବରୁ ସେ ଜିଲ୍ଲା ଉପସଭାପତି ପଦରେ କାର୍ଯ୍ୟ ସମ୍ପାଦନ କରିଛନ୍ତି । ତାଙ୍କର ନେତୃତ୍ୱରେ ଯୁବ ସଙ୍ଗଠନ ମଜୁବୁତ ହୋଇଛି ।ଗତ ପୈ।ର ନିର୍ବାଚନରେ ପୁରୁଷୋତ୍ତମପୁର ଏନ ଏ ସି ର ୧୪ଟି ୱ।ର୍ଡରେ ବିଜେଡି ବିଜୟ ହାସଲ କରିଥିଲା ।ଗତ ଅଗଷ୍ଟ ୨୨ତାରିଖରେ ଜୀବନ ବିନ୍ଦୁ ଭଳି ସାମାଜିକ କାର୍ଯ୍ୟକ୍ରମ କରି ରେକର୍ଡ ସଖ୍ୟକ ରକ୍ତ ୟୁନିଟ ସଗ୍ରହ କରି ଥିଲେ । ପୈ।ର ନିର୍ବାଚନ ଆସି ଯାଇଥିବାରୁ ତାଙ୍କୁ ବ୍ଲକ ଅଧ୍ୟକ୍ଷ ପଦବୀରେ ବସାଇ ପୁରୁଷୋତ୍ତମପୁର ଏନ ଏ ଏସି କୁ ପୁଣି ବିଜେଡି ଦଖଲରେ ରଖିବା ପାଇଁ ଏଭଳି ଯୋଜନା ହେଉଥିବା ନେଇ ନେତା ଓ କର୍ମୀ ମାନେ କହିଛନ୍ତି ।

ADVERTISEMENT