ଜମ୍ମୁ-କଶ୍ମୀରରେ ୩ ଆତଙ୍କବାଦୀଙ୍କୁ ଚାଲିଛି ଖୋଜା :ଘୋଷଣା ହେଲା ମୁଣ୍ଡ ପିଛା ପୁରସ୍କାର

15

ଶ୍ରୀନଗର,୨୮।୧୦(ଏଜେନ୍ସି) : ଜମ୍ମୁ-କଶ୍ମୀରରୁ ଆତଙ୍କବାଦ ଶେଷ କରିବାକୁ ଖୁବ୍‌ ଜୋର୍‌ରେ ଲାଗି ପଡ଼ିଛନ୍ତି ଭାରତୀୟ ସେନା ଓ ଜମ୍ମୁ-କଶ୍ମୀର ପୁଲିସ୍‌। ଆତଙ୍କବାଦ ନିପାତ କରିବା ପାଇଁ ଜମ୍ମୁ-କଶ୍ମୀରର କିସ୍ତଓ୍ଵାର୍‌ଠାରେ ଆତଙ୍କବାଦୀ ସଂଗଠନ ସହ ଜଡ଼ିତ ୩ ଜଣ ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ପଇଁ ସେନା ପକ୍ଷରୁ ୩୦ ଲକ୍ଷ ପୁରସ୍କାର ରାଶି ଘୋଷଣା କରିଛି । ଯେଉଁ ୩ ଆତଙ୍କବାଦୀଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରାଯାଇଛି ସେମାନେ ହେଲେ ରିୟାଜ ଅହମ୍ମଦ, ମହମ୍ମଦ ଅମିନ ଏବଂ ମୁଦାସିର୍‌ ହୁସେନ୍‌। ମହମ୍ମଦ ଅମିନଙ୍କ ପାଇଁ କେବଳ ସେନା ୧୫ ଲକ୍ଷ ଘୋଷଣା କରିଥିବା ବେଳେ ବାକି ଦୁଇ ଜଣଙ୍କ ନାମରେ ସଢ଼େ ସାତ ଲକ୍ଷ ଲେଖାଏ ପୁରସ୍କାର ଘୋଷଣା କରାଯାଇଛି। ପୁଲିସ୍‌ ପକ୍ଷରୁ ଏହା ବି କହାଯାଇଛି ଯେ ଯିଏ ଏହି ଆତଙ୍କବାଦୀଙ୍କ ସଂପର୍କରେ ସୂଚନା ପ୍ରଦାନ କରିବେ ସେମାନଙ୍କ ପରିଚୟକୁ ଗୋପନ ରଖାଯିବ। ଏହି ୩ ଜଣ ଯାକ ଆତଙ୍କବାଦୀ ଘାଟୀରେ ହୋଇଥିବା ଏକ ଆତଙ୍କବାଦ ଆକ୍ରମଣରେ ସଂପୃକ୍ତ ଥିବା ସୂଚନା ରହିଛି।

ADVERTISEMENT