୬୯ନଂ ଜୋନରେ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା

9

ହିଞ୍ଜିଳିକାଟୁ, ୨୮/୧୦ (ଶେଷଦେବ ସାହୁ): ନବୀନ ସରକାରର ଜନକଲ୍ୟାଣ ଯୋଜନା ଘରେ ଘରେ ପଂହଚାଇବା ସହ ନୂତନ ସଭ୍ୟ ପଂଜିକରଣ ଅଭିଯାନକୁ ବ୍ୟାପକ କରିବା ସହ ବିଜୁ ଜନତା ଦଳର ନୀତି ଏବଂ ଆଦର୍ଶରେ ଅନୁପ୍ରାଣିତ ହୋଇ ପୁରାତନଙ୍କ ସହିତ ଦଳର ନୂତନ ସଦସ୍ୟ ଭାବରେ ଯୋଗଦେବା ପାଇଁ ଯୁବକ, ଛାତ୍ର ଓ ମହିଳା ମାନଙ୍କୁ ଉତ୍ସାହିତ କରିବା ଉଦେ୍ଧ୍ୟଶରେ ହିଂଜିଳିକାଟୁ ବ୍ଳକ ବିଜେଡ଼ି ପକ୍ଷରୁ ୬୯ ନଂ ଜୋନ ଗଣ୍ଡଳା ଗ୍ରାମରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଟିତ ହୋଇଯାଇଛି । ଦଳ ଓ ସରକାରଙ୍କ ନୀତି, ଆଦର୍ଶ, ସଫଳତା ଏବଂ ଓଡ଼ିଶାର ପ୍ରଗତି ଓ ରାଜ୍ୟବାସୀଙ୍କ ଉନ୍ନତି ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ, ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସ୍ୱଛ ଏବଂ କ୍ରିୟାଶୀଳ କରାଇବା ପାଇଁ ଉଦ୍ଧିଷ୍ଟ ୫ଟି ଓ ମୋ ସରକାର ଭଳି ଲୋକାଭିମୁଖୀ କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା । ଏଭଳି ବହୁ ଜନହିତକର ଯୋଜନା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି ବୋଲି ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ବ୍ଳକ ପ୍ରତିନିଧି ସୁରେନ୍ଦ୍ର ନାଥ ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ବିଜେଡ଼ି କର୍ମୀ ଗଣ୍ଡଳା ଗ୍ରାମରୁ ଏକ ବିରାଟ ଶେଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରିବା ସହ ପଥପ୍ରାନ୍ତ ସଭା ଆୟୋଜନ କରିଥିଲେ । ପରବର୍ତି ସମୟରେ ମୋଟର ସାଇକେଲ ରାଲିରେ ବାହାରି ସ୍ଥାନୀୟ ବ୍ଳକ ବେଲଗାଁ, ଶିଖରପୁର, ଭାବନ୍ଧ, ସାହାପୁର, ସୂର୍ଯ୍ୟନାରାୟଣପୁର ଗ୍ରାମ ପରିକ୍ରମା କରିବା ସହ ବିଭିନ୍ନ ଗ୍ରାମରେ ପଥପ୍ରାନ୍ତ ସଭା ଆୟୋଜନ କରି ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ କହିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଟ ନେତା ତଥା ସମାଜସେବୀ ଡ଼ି. ବିଶ୍ୱନାଥ, ଆତ୍ମା ଅଧ୍ୟକ୍ଷ ଏ. ସୁଦର୍ଶନ, ବ୍ଳକ ଯୁବ ବିଜେଡ଼ି ସଭାପତି ମନୋଜ ସାବତ, ଜିଲ୍ଲା ପରିଷଦ ସଭ୍ୟ ଅଜିତ କୁମାର ପାତ, ପ୍ରମୋଦ ମହାନ୍ତି, ଦୁର୍ଗା ମାଧବ ମହାନ୍ତି, ସରଂପଚ ରମା ଦାସ, ଲକ୍ଷ୍ମଣ ଗୌଡ଼, ରଘୁନାଥ ବେହେରା,ଯୁବନେତା ଅଜୟ କୁମାର ମହାରଣା, ପୋଚିଲିମା ସଂରପଚ ଭାଣ୍ଡି ରବିନ୍ଦ୍ର, ସୁଧାଂଶୁ ଶେଖର ସାହୁ, ରାଜେଶ କୁମାର ସାହୁ, ଧର୍ମନାରାୟଣ ପାଣିଗ୍ରାହୀ, ଅଶୋକ ପଣ୍ଡା, ଗାନ୍ଧି ପଣ୍ଡା, ଲକ୍ଷ୍ମୀ ମହାନ୍ତି, ହରିକୃଷ୍ଣ ସେଠି, କେ. ଦଣ୍ଡପାଣି ଆଚାରୀ, ପ୍ରଦୀପ ପାଣିଗ୍ରାହୀ, ତ୍ରିନାଥ ପାଣିଗ୍ରାହୀ, ରଂଜନ ପଣ୍ଡା, ଶ୍ୟାମପ୍ରସାଦ ସାହୁ, ଦିଲ୍ଲିପ କୁମାର ସାହୁ, ଚନ୍ଦ୍ରମଣି ସାହୁ, ନାରାୟଣ ଗୌଡ଼, ନିରଂଜନ ଗୌଡ଼, ସନ୍ୟାସି ଗୌଡ଼, ରାମଚନ୍ଦ୍ର ଗୌଡ଼, କେ. ଦଣ୍ଡପାଣି, ପି. ଜୟ, ମନୋଜ ପୋଲୋଇଙ୍କ ସହ ବହୁ ବିଜେଡ଼ି କର୍ମୀ, ଦଳୀୟ ସମର୍ଥକ ଉପସ୍ଥିତ ଥିଲେ ।

ADVERTISEMENT