ଇନ୍ଦିରା ଗାନ୍ଧୀଙ୍କ ପୁର୍ଣ୍ୟତିଥି : ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ମୋଦୀ, ସୋନିଆ ଏବଂ ରାହୁଳ ଗାନ୍ଧୀ

14
Indira Gandhi, Prime Minister of India, visiting Austria. Hotel Imperial in Vienna. 1983. Photograph by Nora Schuster. (Photo by Nora Schuster/Imagno/Getty Images) Die Premierministerin Indiens Indira Gandhi zu Besuch in Wien. Hotel Imperial. 1983. Photographie von Nora Schuster.

ନୂଆଦିଲ୍ଲୀ,୩୧।୧୦(ଡି.ଏଚ) : ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୩୫ତମ ପୂଣ୍ୟ ତିଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଟୁଇଟ୍‌ କରି ଇନ୍ଦିରାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେହିପରି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମେଜର ଧାନଚାନ୍ଦ ଷ୍ଟାଡିୟମ୍‌ରେ ଇନ୍ଦିରାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହି ଅବସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶକ୍ତିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ଦୁଇ ଥର ଇନ୍ଦିରା ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ଜାନୁଆରି ୧୯୬୬ ରୁ ମାର୍ଚ ୧୯୭୭ ଏବଂ ପୁଣି ଜାନୁଆରୀ ୧୯୮୦ରୁ ଅକ୍ଟୋବର ୩୧, ୧୯୮୪ ମସିହାଯାଏଁ। ସୂଚନାଯୋଗ୍ୟ, ୧୯୮୪ ଅକ୍ଟୋବର ୩୧ରେ ଇନ୍ଦିରାଙ୍କ ଅଙ୍ଗରକ୍ଷୀଙ୍କ ଦ୍ୱାରା ସେ ନିହତ ହୋଇଥିଲେ ।

ADVERTISEMENT