ସର୍ଦ୍ଦାର ପଟେଲଙ୍କ ଜୟନ୍ତୀକୁ : ‘ରାଷ୍ଟ୍ରୀୟ ଏକତା ଦିବସ’ ରୂପେ ପାଳନ କରାଯାଉଛି

26

ନୂଆଦିଲ୍ଲୀ,୩୧।୧୦(ଏଜେନ୍ସି ) : ଭାରତରେ ରାଜନୈତିକ ଏକତ୍ରୀକରଣ ପାଇଁ ଭାରତର ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଓ ପ୍ରଥମ ସ୍ବରାଷ୍ଟ୍ରମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସ୍ବାଧୀନତା ପରେ ଦେଶରେ ପାଖାପାଖିତ୍ ୫୦୦ଟି ସ୍ବତନ୍ତ୍ର ରାଜ୍ୟକୁ ଏକସୂତ୍ରରେ ବାନ୍ଧିବା ଭଳି ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିଥିଲେ । ଭାରତୀୟ ସ୍ବତନ୍ତ୍ରତା ଅଧିନିୟମ ୧୯୪୭ ମାଧ୍ୟମରେ ସେ ୧୯୪୭ରୁ ୧୯୪୯ ମଧ୍ୟରେ ଏହି ସବୁ ରାଜ୍ୟକୁ ଭାରତ ସହ ମିଶ୍ରଣ କରିପାରିଥିଲେ। ତାଙ୍କର କୂଟନୈତିକ ଇଚ୍ଛାଶକ୍ତି ଥିଲା ଅତି ପ୍ରବଳ ।
ସେ ଥିଲେ ଭାରତର ଲୌହ ମାନବ। ସର୍ଦ୍ଦାର ପଟେଲଙ୍କ ଯୋଗଦାନକୁ ଚିରଦିନ ମନେରଖିବା ପାଇଁ ତାଙ୍କ ଜୟନ୍ତୀ ୩୧ ଅକ୍ଟୋବରକୁ ‘ରାଷ୍ଟ୍ରୀୟ ଏକତା ଦିବସ’ ରୂପେ ପାଳନ କରାଯାଉଛି। ଏହା ପାଳନ କରିବା ପାଇଁ ଭାରତ ସରକାର ୨୦୧୪ରେ ସ୍ଥିର କରିଥିଲେ। ସେବେଠାରୁ ପ୍ରତିବର୍ଷ ଏହା ପାଲନ କରାଯାଉଛି ଓ ଏହି ଅବସରରେ ଜାତୀୟ ସ୍ତରରେ ‘ରନ୍‌ ଫର୍‌ ୟୁନିଟି’ ଗଣଦୌଡ ଆୟୋଜନ କରାଯାଉଛି। ଏଥିରେ ସମସ୍ତେ ଭାଗ ନେଉଛନ୍ତି। ରାଷ୍ଟ୍ରୀୟ ଏକତା ଦିବସ ଉପରେ ସଚେତନତା ଆଣିବା ଲକ୍ଷ୍ୟରେ ଏହା ଦିଲ୍ଲୀ ସମେତ ଦେଶର ବିଭିନ୍ନ ରାଜ୍ୟରେ ଆୟୋଜିତ ହେଉଛି।

ADVERTISEMENT