ଗୌତମୀରେ ଅଭିନବ ଫତୱା : ବାହାରେ ମଳତ୍ୟାଗ କଲେ ରାସନ୍ ବନ୍ଦ

21

ସାନଖେମୁଣ୍ଡି,୩୧।୧୦(ପ୍ରଫୁଲ ସାବତ) : ରାଜ୍ୟ ତଥା ରାଷ୍ଟ୍ର ପାଇଁ ଚିନ୍ତାର ବିଷୟ ଥିବା ଗଞ୍ଜାମ ଜିଲ୍ଲାର ବାହ୍ୟ ମଳତ୍ୟାଗ ରୋକାଯିବା ପ୍ରଶାସନିକ ସ୍ତରରେ ବହୁ ଉପାୟ ଅବଲମ୍ବନ କଲେ ମଧ୍ୟ ଏହାର ନିରାକରଣ ନାଁ ଧରୁ ନଥିବା ଲକ୍ଷ୍ୟ କରାଯାଇଛି l ପୂର୍ବ ଦିନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଦେଶ ପାଇ ବ୍ଲକ ପ୍ରଶାସନ ସ୍ତରରେ ନିର୍ଦ୍ଧିଷ୍ଟ ଗ୍ରାମରେ ପହଞ୍ଚି ପ୍ରାତଃ ମଳତ୍ୟାଗ ସମୟରେ ଗାଁରେ ଡେରା ପକାଇ ସଚେତନ ପାଇଁ ବାହ୍ୟ ମଳତ୍ୟାଗ କାରୀଙ୍କୁ ଗୋଲାପ ଫୁଲ ପ୍ରଦାନ କରାଯାଇ ମାନସିକ ପ୍ରବାହ ପକାଇଥିଲେ l ଏହି ବ୍ୟବସ୍ଥାରେ କୌଣସି ସୁଫଳ ମିଳିନଥିଲା l ପରବର୍ତ୍ତୀ ସମୟରେ ସାମୁହିକ ମଳତ୍ୟାଗ ସ୍ଥାନ ବିଶେଷରେ ତୁଳସୀ ,ବର , ଉସ୍ତ ଓ ପାରମ୍ପରିକ ଔଷଧୀୟ ବୃକ୍ଷରୋପଣ କରି ଏହି ବ୍ୟବସ୍ଥାକୁ ରୋକା ଯିବାର ମହତ୍ ଆକାଂକ୍ଷା ମଧ୍ୟ ବିଫଳ ହୋଇଥିଲା l ଏହି ପରିପ୍ରେକ୍ଷୀଙ୍କୁ ଅବଲୋକନ କରି ଗୌତମୀ ପଞ୍ଚାୟତରେ ଏକ ଅଭିନବ ପ୍ରୟାସ କ୍ରମେ ଗ୍ରାମରେ ହେଉଥିବା ବାହ୍ୟ ମଳତ୍ୟାଗକୁ ରୋକିବା ପାଇଁ ପ୍ରୟାସ ଜାରି ରଖିଥିବା ଜଣାପଡିଛି l ପଞ୍ଚାୟତ ତରଫରୁ ସ୍ୱଚ୍ଛ ଭାରତ ଯୋଜନାରେ ମୋ ପାଇଖାନା ହିତାଧିକାରୀଙ୍କୁ ତାଲିକା ପ୍ରକାଶ କରି ଉକ୍ତ ପରିବାରର ସଦସ୍ୟଙ୍କୁ ବାହ୍ୟ ମଳତ୍ୟାଗ ଓ ରାସ୍ତା କଡ଼ରେ ମଳତ୍ୟାଗ ନକରିବା ଫତୱା ଜାରି କରାଯାଇଛି l ଅନ୍ୟପକ୍ଷରେ ସରକାରୀ ଅନୁଦାନ ପାଇନଥିବା ପାଇଖାନା ହିତାଧିକାରୀଙ୍କୁ ଆବେଦନ କରିବାକୁ ପଞ୍ଚାୟତ ତରଫରୁ ବିଜ୍ଞପ୍ତି ଜାରି କରିଥିବା ସରପଞ୍ଚ ସୁଶାନ୍ତ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି l

ADVERTISEMENT