ଗିନିଜ୍ ୱାର୍ଲଡ଼ ରେକର୍ଡ ଲକ୍ଷରେ ବ୍ରହ୍ମପୁରର ୨୪ସ୍କେଟରଙ୍କୁ ଶୁଭେଚ୍ଛା

12

ବ୍ରହ୍ମପୁର,୩୧।୧୦(ଗୁରୁ ପ୍ରସାଦ ପଟ୍ଟନାୟକ ): ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ନିରନ୍ତର ୪୮ ଘଣ୍ଟା କଙ୍ଗୋ ଲାଇନ ସ୍କେଟିଂ ଗିନିଜ୍ ୱାର୍ଲଡ଼ ରେକର୍ଡ ପ୍ରତିଷ୍ଠା ଲକ୍ଷରେ ବ୍ରହ୍ମପୁର ସ୍କେଟିଂ ଏକାଡେମୀ ତରଫରୁ ୨୪ ଜଣ ସ୍କେଟର ଭାଗନେବା ପାଇଁ କର୍ଣ୍ଣାଟକ ଗସ୍ତ କରିଛନ୍ତି। ପ୍ରକାଶ ଥାଉକି କର୍ଣ୍ଣାଟକର ବେଲଗାଉଁ ଠାରେ ଶିବଗଙ୍ଗା ରୋଲର ସ୍କେଟିଂ କ୍ଲବ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶର କୋଣ ଅନୁକୋଣରୁ ବହୁ ପ୍ରତିଭା ଖେଳାଳି ଏହି କାର୍ଯ୍ୟକ୍ରମରେ ଭାଗ ନିଅନ୍ତି ।
ଏହି ଅବସରରେ ଏକାଡେମୀ ତରଫରୁ କାଳୁପାତ୍ର ସାହି ସ୍ଥିତ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଏକ ବିଜୟଟିକା ଉତ୍ସବ ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟଅତିଥି ରୂପେ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ କାହ୍ନୁ ଚରଣ ପାତ୍ର, ଜାତୀୟ ରୋଲବଲ ରେଫରି ସୁକାନ୍ତ ଦଳବେହେରା ଓ ଏକାଡେମୀର କୋଚ୍ ବିଭୁତି ଜେନା ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ଶୁଭେଚ୍ଛା ଜଣାଇଥିଲେ ।
ଏହାସହ ଡ଼ି ଏ ଭି ଜୋନାଲ ସ୍କେଟିଂ ମିଟ ରେ ସ୍ଵର୍ଣ ପଦକ ହାସଲ କରିଥିବା ଏ ରାଜ କୁମାର ଓ ଋଷିଲ ସାସମଲ ଏବଂ ବ୍ରୋଞ୍ଜ ପଦକ ହାସଲ କରିଥିବା ଟି ଗୋକୁଲ ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବିଭୁତି ଜେନା ସଂଯୋଜନା କରିଥିବାବେଳେ ଅଭିଭାବକ ମାନେ ସହଯୋଗ କରିଥିଲେ।

ADVERTISEMENT