ନାଗ ଚତୁର୍ଥୀରେ ଭକ୍ତଙ୍କ ଭିଡ

17

ବ୍ରହ୍ମପୁର,୩୧।୧୦(ସାହେବ ନାୟକ ) : ଆଜି ପବିତ୍ର ନାଗ ଚତୃଥି l ଏହି ଦିନ ସର୍ପ ପୂଜା ପାଳନ କରାଯାଏ l ଆଜି ବ୍ରହ୍ମପୁର ମହାନଗର ବଡବଜାର ନିକଟରେ ଥିବା ବାଲୁଙ୍କେଶ୍ବର ମନ୍ଦିରର ନାଗ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି ।ସକାଳୁ ସକାଳୁ ବହୁ ମହିଳା ମନ୍ଦିର ଭିତରେ ଥିବା ଊଇ ହୁଙ୍କା ନିକଟରେ ଅଣ୍ଡା, କ୍ଷୀର ,ନଡିଆ କଦଳୀ ଆଦି ପୂଜା ସାମଗ୍ରୀ ସହ ଧୂପ ଦୀପ ଦାନ ପୂର୍ବକ ପୂଜା କରିଥିଲେ ।ଲୋକଙ୍କ ବିଶ୍ୱାସ ଅଛି ଯେ କାର୍ତ୍ତିକ ମାସର ଏହି ଚତୁର୍ଥୀରେ ନାଗ ନାଗୁଣୀଙ୍କୁ ଅଣ୍ଡା କ୍ଷୀର ଓ ତମ୍ବାରେ ତିଆରି ନାଗ ନାଗୁଣୀ ସମର୍ପଣ କଲେ କାଳ ସର୍ପ ଭୟରୁ ମୁକ୍ତି ମିଳିଥାଏ ।ଏହା ସହ ପୂଜା ପାଉଥିବା ଊଇହୁଙ୍କାର ମାଟି କାନରେ ଲଗାଇବା ଫଳରେ ବିଭିନ୍ନ କାନ ରୋଗ ଭୋଲ ହୁଏ ବୋଲି ଭକ୍ତଙ୍କ ବିଶ୍ଵାସ । ହାତରେ ପୂଜା ଥାଳି ଧରି ଶହ ଶହ ମହିଳା ଓ ପୁରୁଷ ଭକ୍ତଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଛି । ଏହି ଅବସରରେ ମନ୍ଦିର ଉନ୍ନୟନ କମିଟି ତରଫରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ।

ADVERTISEMENT