ଲଦାଖର ପ୍ରଥମ ଉପରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ରାଧାକ୍ରିଷ୍ଣ ମାଥୁର

12

ଶ୍ରୀନଗର,୩୧।୧୦(ଏଜେନ୍ସି) : ଧାରା ୩୭୦ ହଟିବା ପରେ ଜମ୍ମୁ-କଶ୍ମୀର ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ହରାଇଥିଲା । ଏହା ସହ ଜମ୍ମୁ-କଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହୋଇଥିଲା । ଏବେ ଏହି ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଉପରାଜ୍ୟପାଳମାନେ ଶପଥ ନେଇଛନ୍ତି । ଲଦାଖର ପ୍ରଥମ ଉପରାଜ୍ୟପାଳ ଭାବେ ପୂର୍ବତନ ପ୍ରଶାସନିକ ଅଧିକାରୀ ରାଧାକ୍ରିଷ୍ଣ ମାଥୁର ଶପଥ ଗ୍ରହଣ କରିଥିବା ବେଳେ ଜମ୍ମୁ-କଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ଗୁଜୁରାଟ କ୍ୟାଡରର ବରିଷ୍ଠ ଓଡ଼ିଆ ଆଇଏଏସ୍‌ ଅଫିସର ଗିରିଶ ଚନ୍ଦ୍ର ମୁର୍ମୁ । ଗୁରୁବାର ଶ୍ରୀନଗରର ରାଜଭବନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ପୂର୍ବତନ ପ୍ରଶାସନିକ ଅଧିକାରୀ ରାଧା କ୍ରିଷ୍ଣ ମାଥୁର ଉପରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି । ଅକ୍ଟୋବର ୨୧ରେ ରାଧା କ୍ରିଷ୍ଣ ମାଥୁରଙ୍କୁ ଲଦାଖର ପ୍ରଥମ ଉପରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିଲା ।

ADVERTISEMENT