୫-ଟିକୁ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କର ସମାଲୋଚନା

18

ଭୁବନେଶ୍ବର,୩୧।୧୦(ଏଜେନ୍ସି) : ରାଜ୍ୟ ସରକାରଙ୍କ ‘୫-ଟି’ର ରୂପାୟନ ଏବେ ଚର୍ଚ୍ଚାରେ ରହିଛି । ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ନେଇ ଦିନକୁ ଦିନ ବଢୁଛି ବିବ‌ାଦ । ବିରୋଧୀ ଦଳ ବିଭିନ୍ନ ସମୟରେ ୫-ଟିକୁ ନେଇ କଟାକ୍ଷ କରୁଥିବା ବେଳେ ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ୫-ଟିକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ୫-ଟିରେ ନୂଆ କିଛି ନାହିଁ, ଏହା ପୁରୁଣା କଥା। ଏଭଳି ପୁରୁଣା ଚିନ୍ତାଧାରା ୨୦ ବର୍ଷ ହେଲା କାହିଁକି ମନେପଡୁ ନଥିଲା କି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି । ଏଥିସହ ସେ କହିଛନ୍ତି କି ସେ ଆଇଏଏସ୍ ପରୀକ୍ଷାରେ ପାସ ହେବା ପରେ ମସୌରୀ‌ରେ ଟ୍ରେନିଂ ନେବା ବେଳେ ଏହି ୫-ଟି କଥା ତାଙ୍କୁ ଶିଖାଯାଇଥିଲା। ଆଜି ଏହାକୁ ଲାଗୁ କରିବା ଅର୍ଥ ଗତ ୨୦ ବର୍ଷ ଭିତରେ ପ୍ରଶାସନରେ ପାରଦର୍ଶିତା ନ ଥିଲା। ସରକାରଙ୍କ ଏହି କାର୍ଯ୍ୟକ୍ରମ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀଙ୍କ ପାରିବାପଣିଆ, ତାଙ୍କ ଯୋଗ୍ୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ADVERTISEMENT