“ମୋ ନିଵେଦନ” ଓ “ମୋ ଗାଁରେ ତହସିଲ” କାର୍ଯ୍ୟକ୍ରମ ଅନୁଷ୍ଠିତ

11

ବୁଗୁଡ଼ା,୨/୧୧.(ସୁଦାମ ମହାରଣା ) : ବୁଗୁଡ଼ା ବ୍ଲକ ଅନ୍ତର୍ଗତ ୫ଗୋଟି ପଂଚାୟତର ତାକରଡ଼ା ପଂଚାୟତ କାର୍ଯ୍ୟାଳୟ ଠାରେ “ମୋ ନିଵେଦନ” ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଓ “ମୋ ଗାଁରେ ତହସିଲ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜନ ସାଧାରଣ ସମସ୍ୟା ଶୀଘ୍ର ସମାଧାନ କରିବା ପାଇଁ କର୍ମଚାରୀ ମାନଙ୍କୁ ନିର୍ଦ୍ଧେଶ ଦେଇଛନ୍ତି । ଭଞ୍ଜନଗର ଉପଜିଲ୍ଲାପାଳ,ବୁଗୁଡା ବିଡ଼ିଓ,,କନିଷ୍ଠ ଯନ୍ତ୍ରୀ, ତହସିଲଦାରବ୍ଲକ କର୍ମଚାରୀ ଏବଂ ସରପଞ୍ଚ ସମିତି ସଭ୍ୟ ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।

ADVERTISEMENT