ପାରଳାଖେମୁଣ୍ଡିରେ ମହା ଆଡମ୍ବର ସହକାରେ ଗଣେଶ ପୂଜା ପାଳିତ

54

ପାରଳାଖେମୁଣ୍ଡି,o୩/o୯(ପ୍ରଭାତ କୁମାର ପାତ୍ର ) : ଗଜପତି ସଦରମହକୁମା ପାରଳାଖେମୁଣ୍ଡିରେ ପବିତ୍ର ଗଣେଶ ପୂଜା ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ସହରର ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଯଥା ମହାରାଜାଙ୍କ ବାଳକ ଉଚ୍ଚବିଦ୍ୟାଳୟରେ ,ବାଳିକା ଉଚ୍ଚ ବିଦ୍ୟାଳୟରେ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ମହିଳା ମହାବିଦ୍ୟାଳୟ ଓ ଛାତ୍ରାବାସ ଗୁଡିକରେ ଛାତ୍ରଛାତ୍ରୀ ମାନେ ଭକ୍ତିର ସହ ପାଳନ କରିଛନ୍ତି । ସେହିପରି ସହରର କେଉଟ ସାହି, ମାଟିଆ ସାହି, ଜଙ୍ଗମ ସାହି, ରାଜ ଦାଣ୍ଡ, ଭଣ୍ଡାରି ସାହି , ଫରେଷ୍ଟ ଗେଟ ଛକ ସମେତ ବିଭିନ୍ନ ଗଳିକନ୍ଧିରେ ଆକର୍ଷଣୀୟ ତୋରଣ ଓ ମୂର୍ତି ମାଧ୍ୟମରେ ପୂଜାର ଆୟୋଜନ କରାଯାଇଥିବା ଦେଖିବାକୁ ମିଳିଛି। ସହରରେ ହୋଇଥିବା ସମସ୍ତ ପୂଜାମଣ୍ଡପ ଗୁଡିକରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପାରଳାଖେମୁଣ୍ଡି ଥାନା ତରଫରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

ADVERTISEMENT