ଗଛରେ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତ ଦେହ ଉଦ୍ଧାର

16

ମୋହନା ୦୨/୧୧ (ମୋହନ ଗୌଡ) : ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଳକ ପୁରୁଣାପାଣି ପଂଚାୟତ ଅନ୍ତର୍ଗତ ବେଲବଣ ଗ୍ରାମର ରଜନୀ ଦଳାଇଙ୍କ ମୃତଦେହ ଏକ ଗଛରେ ଲୁଗାଦ୍ୱାରା ଝୁଲୁଥିବା ଗ୍ରାମର କିଛି ଲୋକ ଦେଖିଥିଲେ । ଉକ୍ତ ଖବର ବିଷୟରେ ଆର.ଉଦୟଗିରି ଥାନକୁ ଖବର କରାଯିବା ପରେ ଘଟଣାସ୍ତଳରେ ଆର.ଉଦୟଗିରି ଥାନା ଅଧିକାରୀ ମମତା ନାୟକ ଓ ଅତିରିକ୍ତ ତହସିଲଦାର ସିବସିସ୍ ପଣ୍ଡା ପହଂଚି ଆର.ଉଦୟଗିରି ଥାନାରେ କେସ ନଂ ୦୭/୨୦୧୮ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ କି ଏହା ଏକ ଆତ୍ମ ହତ୍ୟା ନା ହତ୍ୟା ଏହାର କୌଣସି ଖୋଜ ଖବର ବର୍ତମାନ ପର୍ଯ୍ୟନ୍ତ ମିଳିନାହିଁ । ସନେ୍ଦହ କରାଯାଉଛି କି ଗତ କିଛି ଦିନ ହେଲା ରଜନୀଙ୍କ ପରିବାର ମଧ୍ୟରେ କଳହ ନିତି ଦିନ ଚାଲୁ ରହୁଥିଲା । ସେହି କାରଣ ଯୋଗୁଁ ମଧ୍ୟ ନିଜେ ରଜନୀ ଗଛରେ ଲୁଗା ଲଗାଇ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି

ADVERTISEMENT