ୱାର୍ଡ ସଭ୍ୟଙ୍କୁ ହତ୍ୟା ଉଦ୍ୟମ

16

ଦିଗପହଣ୍ଡି,୦୨/୧୧ (ସୁନୀଲ ସାହୁ) :ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ କରପଡା ପଞ୍ଚାୟତର ଦେଓଖାଳି ଛକରେ ଗଣପତି ପାତ୍ର (୫୦)ଙ୍କୁ ଗତ କାଲି ରାତ୍ର ପ୍ରାୟ ୯ ଘଣ୍ଟ ସମୟ ରେ ୭ଜଣ ଯୁବକ ସଂଘବଦ୍ଧ ଆକ୍ରମଣ କରିଥିବା ଥାନାରେ ଏତଲା। ସୂଚନା ପ୍ରକାରେ ଦେଓଖାଳି ଛକରେ ଥିବା ଚା ଦୋକାନ ବନ୍ଦ କରି ଘରକୁ ଫେରୁ ଥିବା ସମୟରେ ଗଣପତିଙ୍କ ଘର ସାମ୍ନାରେ ୭ ଜଣ ଯୁବକ ଛୁରୀ ଧରି ଅପେକ୍ଷା କରିଥିଲେ । ଗଣପତି ସେଠାରେ ପହଞ୍ଚିବା କ୍ଷଣି ସେମାନେ ତାଙ୍କ ଉପରେ ଆତର୍କିତ ସଂଘବଦ୍ଧ ଆକ୍ରମଣ କରିଥିଲେ। ଗଣପତିଙ୍କ ଡାହାଣ ତଳି ପେଟକୁ ଛୁରୀରେ ଭୁଷି ଦେବା ଫଳରେ ତାଙ୍କ ପୁଟା ପଦାକୁ ବାହାରି ପଡ଼ିଥିବା ସୂଚନା ମିଳୁଛି।ତାପରେ ସେମାନେ ସେଠାରୁ ଛୁ ମାରିଥିଲେ। ଘଟଣା ସ୍ଥଳରୁ ପରିବାର ଲୋକେ ଉଧାର କରି ପ୍ରଥମେ ବମକେଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ୧୦୮ ଯୋଗେ ବ୍ରହ୍ମପୁର ବଡ଼ ମେଡିକେଲକୁ ସ୍ଥାନନ୍ତରିତ କରା ଯାଇଛି।ଏତଲା କୁ ଭିତ୍ତି କରି ନୂଆଗାଁ ଥାନା କେସ ନଂ ୨୧୭/୧୯ ରେ ମାମଲା ରୁଜୁ କରି ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରୁଛି । ବହୁତ ଶୀଘ୍ର ଆସାମୀ ମାନଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଏହି ଘଟଣା ପରେ ଦେଖାଳି ଅଞ୍ଚଳରେ ଲୋକେ ବର୍ତ୍ତମାନ ଭୟଭୀତ ଅବସ୍ଥାରେ ଅଛନ୍ତି।

ADVERTISEMENT