ବାଲିଗୁଡାରେ ଗଣେଷ ପୂଜା ପାଳିତ 

36

ବାଲିଗୁଡା,o୩/o୯( ସୁରେଶ କୁମାର ପଣ୍ଡା ) : ବାଲିଗୁଡା ଟାଉନ ତଥା ଏହାର ଆଖ ପାଖ ଅଞ୍ଚଳରେ ଅଗ୍ରପୂଜ୍ୟ ଶ୍ରୀଶ୍ରୀ ଗଜାନନଙ୍କର ପୂଜନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଅବସରରେ ଯଥାଵିଧି ସହକାରେ ପୂଜକଙ୍କ ଦ୍ୱାରା ପୂଜା ଆରମ୍ଭ କରାଯାଇ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା l ଟାଉନର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ନୁଆସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଶିକ୍ଷା ନିକେତନ, ଆଦିବାସୀ ମହାବିଦ୍ୟାଳୟ, ବନବାସି ସେବା ସମିତି,ଫ୍ରେଣ୍ଡ୍ସ କ୍ଲବ ପାଟଖଣ୍ଡା ମାର୍କେଟ, ରିଦ୍ଧିସିଦ୍ଧି ପୂଜା କମିଟି ଜଗନ୍ନାଥ ମାର୍କେଟ, ଫରେଷ୍ଟ ଅଫିସ, ପିଡବ୍ଲୁଡ଼ି କଲୋନୀ ଓ ଅଫିସ, ଗଣେଶ ମାର୍କେଟ, ଆର.ଜେ.ଏଜୁକେସନାଲ ଇନଷ୍ଟିଷ୍ଟ୍ୟୁସନ ଉପାସନା ଏଜୁକେସନ ଟ୍ରଷ୍ଟ ଓ ବଡଗାଁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ସିନ୍ଧିରିଗାଁ ର ସରକାରୀ ଉଚ୍ଚ ବିଦ୍ୟାଳୟ,ଏବଂ ସିପାଞ୍ଜିରି ର ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ର ଗଜାନନ ଙ୍କ ପ୍ରତିମା ସାଜସଜ୍ଜା, ତୋରାଣ, ଆଲୋକ ମାଳା ସବୁଠାରୁ ଲୋଭନୀୟ ତଥା ଆକର୍ଷଣୀୟ ହୋଇପାରିଥିଲା l ସନ୍ଧ୍ୟାରେ ଟାଉନର ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା l ଗହଳ ଚହଳକୁ ଦୃଷ୍ଟିରେ ରଖି ପୋଲିସ ବିଭାଗ ତରଫରୁ ସ୍ଥାନୀୟ ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ  ପ୍ରତ୍ୟେକ ପୂଜା ଅନୁଷ୍ଠାନ ସମେତ ସମଗ୍ର ସହରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା l

ADVERTISEMENT