ପଞ୍ଚୁମାରେ ଗଣେଶ ଚତୁର୍ଥୀ ବହୁ ଧୁମ ଧାମରେ ପାଳିତ

14

ବ୍ରହ୍ମପୁର,o୩/o୯( ଇ.ରଞ୍ଜନ) : ଗଂଜାମ ଜିଲ୍ଲାର ଗଣେଶ ମନ୍ଦିର ପାଇଁ ପ୍ରସିଦ୍ଧ ପଞ୍ଚୁମାରେ ଗଣେଶ ଚତୁର୍ଥୀ ବହୁ ଧୁମ ଧାମରେ ପାଳିତ ହୋଇଯାଇଛି । ମଧ୍ୟ ରାତ୍ରି ତିନିଟାରୁ ରାତ୍ର ଦଶଟା ପର୍ଯ୍ୟନ୍ତ ଭକ୍ତମାନଙ୍କର ପ୍ରବଳ ଭିଡ଼ ଓ ଭକ୍ତ ମାନେ ଶାନ୍ତି ଶୃଙ୍ଖଳାର ସହ ପୂଜାର୍ଚ୍ଚନା କରି ଭୋଗ ସାରି ଯାଉଥିଲେ । ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ଓ ତାଙ୍କ ପରିବାରର ସମସ୍ତ ସଦସ୍ୟ ପଞ୍ଚୁମା ଶ୍ରୀଗଣେଶ ଦର୍ଶନଃନିମନ୍ତେ ଆସିଥିଲେ । ପୋଲିସ ପ୍ରଶାସନର ସଠିକ ବନ୍ଦବୋସ୍ତ ଯୋଗୁଁ ଗଣେଶ ପୂଜା ଶାନ୍ତି ଶୃଙ୍ଖଳା ସହ ପାଳିତ ହୋଇଥିଲା ।

ADVERTISEMENT