ଆଡଭାନୀଙ୍କୁ ଜନ୍ମଦିନ : ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

39

ନୁଆଦିଲ୍ଲୀ,୮/୧୧ (ଏଜେନ୍ସି ) : ରାମ ମନ୍ଦିର ଆନ୍ଦୋଳନରେ ନେତୃତ୍ୱ ନେଇଥିବା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଶୁକ୍ରବାର ୯୨ତମ ବର୍ଷ ବୟସରେ ପର୍ଦାପଣ କରିଛନ୍ତି। ଭାଜପାର ଆଉ ଜଣେ ଲୌହ ପୁରୁଷ କୁହାଯାଉଥିବା ଆଡଭାନୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇବାକୁ ତାଙ୍କ ବାସଭବନରେ ପହଞ୍ଚିଥିଲେ। ଏହି ଅବସରରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓ ଭାଜପାର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଉପସ୍ଥିତ ରହିଥିଲେ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି ଶୁଭେଚ୍ଛା ଜଣାଇଥିଲେ।

ADVERTISEMENT