କ୍ରାଇମ ବ୍ରାଞ୍ଚ୍‌ର ୨୫ ଜଣ ସଫଳ ତଦନ୍ତକାରୀ ଅଧିକାରୀଙ୍କୁ ସମ୍ମାନିତ କଲେ ଡିଜିପି

21

ଭୁବନେଶ୍ୱର ,୮/୧୧ (ଏଜେନ୍ସି ) : ଓଡ଼ିଶା ପୁଲିସର କ୍ରାଇମ୍‌ ବ୍ରାଞ୍ଚ୍‌ର ୨୫ ଜଣ ସଫଳ ତଦନ୍ତକାରୀଙ୍କୁ ଶୁକ୍ରବାର ଡିଜିପି ସମ୍ମାନିତ କରିଛନ୍ତି। ରାଜ୍ୟରେ ଅପରାଧ ହାର ହ୍ରାସ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଏହି ତଦନ୍ତକାରୀମାନଙ୍କୁ ଉତ୍ସାହିତ କରିବା ସକାଶେ ଆଜି ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବଛା ହୋଇ ଥିବା ୨୫ ଜଣ କ୍ରାଇମ୍‌ ବ୍ରାଞ୍ଚ୍‌ ତଦନ୍ତକାରୀ ଅଧିକାରୀଙ୍କୁ ସମ୍ମାନିତ କରାଯାଇଥିବା ସୂଚନା ରହିଛି। ଏହି ଅଧିକାରୀମାନଙ୍କ ତଦନ୍ତ ଫଳରେ ଅପରାଧୀମାନେ ଅଦାଲତରେ ଦଣ୍ଡିତ ହୋଇଛନ୍ତି।

ADVERTISEMENT