ସଡ଼କ ଦୁର୍ଘଟଣାରେ ୩ଜଣ ଆହତ

12

ବ୍ରହ୍ମପୁର/ଦିଗପହଣ୍ଡି ,o୩/o୯(ଏଜେନସି ) : ଗଞ୍ଜାମ ଜିଲ୍ଲା ସଦରଥାନା ଅନ୍ତର୍ଗତ ବାଳକୃଷ୍ଣ ପୁର ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ମହିଳା ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ବ୍ୟକ୍ତି ଆହତ ହୋଇଥିବା ଜାଣିବକୁ ମିଳିଛି l କିନ୍ତୁ ଘଟଣାରୁ ଜାଣିବାକୁ ମିଳିଛି ଯେ, ଜଣେ ମହିଳା ସ୍ତ୍ରୀଲୋକ ଓଡି୦୭ଭି ୧୧୯୮ ନମ୍ବର ବିଶିଷ୍ଟ ୟାମାହl ସ୍କୁଟିରେ ବ୍ରହ୍ମପୁର ଅଭିମୁଖେ ଯାଉଥିଲେ l ଏହି ସମୟରେ ବ୍ରହ୍ମପୁରରୁ ନିଜ ଗ୍ରାମ ସିଧେଶ୍ୱରକୁ ଓଡି୦୭ ହେଚ୍ ୪୧୨୭ ନମ୍ବର ବିଶିଷ୍ଟ ହିରୋ ଗ୍ଲାମର ବାଇକରେ ଫେରୁଥିବା ବେଳେ ହଠାତ ସ୍କୁଟି ସହ ମୁହାଁ ମୁହିଁ ଧକ୍କା ହୋଇଥିଲା l ଯାହାଫଳରେ ଘଟଣା ସ୍ଥଳରେ ମହିଳା ଜଣକ ଗୁରୁତର ଆହତ ହୋଇ ଅଚେତ ଅବସ୍ଥାରେ ପଡିଥିଲେ l ଘଟଣା ସ୍ଥଳରେ ବାଇକରେ ବସିଥିବା ଦ୍ୱୟ ବ୍ୟକ୍ତି ମଧ୍ୟ ଆହତ ହୋଇଥିଲେ l ଏହି ଘଟଣା ପରେ ସ୍ଥାନୀୟ ଲୋକମାନେ ଗୁରୁତର ମହିଳାଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ଚିକିତ୍ସା ନିମନ୍ତେ ପଠେଇଥିବା ବେଳେ ମହିଳା ଜଣଙ୍କ ପରିଚୟ ମିଳିପାରିନି l ସେହିପରି ଏହି ଘଟଣାରେ ଆହତ ବ୍ୟକ୍ତି ଦ୍ବୟଙ୍କ ଘର ଦିଗପହଣ୍ଡି ନିକଟସ୍ଥ ସିଧେଶ୍ୱର ଗ୍ରାମ ବୋଲି ଜାଣିବକୁ ମିଳିଛି l

ADVERTISEMENT