ଦୁର୍ଗାପୂଜା ସମିତିର ସର୍ବ ସାଧାରଣ ବୈଠକ 

15

ବାଲିଗୁଡା,o୩/o୯(ସୁରେଶ କୁମାର ପଣ୍ଡା) : କନ୍ଧମାଳ ଜିଲ୍ଲା ବାଲିଗୁଡା ମା ‘ପାଟଖଣ୍ଡା ଦୁର୍ଗାପୂଜା ସମିତି ର ବାର୍ଷିକ ସର୍ବ ସାଧାରଣ ବୈଠକ ଚଳିତ ମାସ ୫ତାରିଖ ଗୁରୁବାର ଦିବା ଏକ ଘଣ୍ଟ ସମୟରେ ମା ‘ ପାଟଖଣ୍ଡା ମନ୍ଦିରର କଲ୍ୟାଣ ମଣ୍ଡପ ପରିସର ମଧ୍ୟରେ ଅନୁଷ୍ଠିତ ହେବ l ଏଥିରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମନ୍ଦିର ଓ ନୂତନ ମନ୍ଦିରର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା, ମନ୍ଦିର ତରଫରୁ ଭଡା ସୂତ୍ରରେ ଦିଆଯାଇଥିବା ଗୃହ ଗୁଡିକର ଘର ଭଡା ଓ ଅନ୍ୟାନ୍ୟ ସମସ୍ୟା ଉପରେ ଆଲୋଚନା, ଗତବର୍ଷର ପାଟଖଣ୍ଡା ମନ୍ଦିର ସମେତ ଦୁର୍ଗା, ଗଜଲଷ୍ମୀ, ଓ କାଳୀପୂଜାର ଆୟବ୍ୟୟ ହିସାବ ଉପସ୍ଥାପନା ,ପୂଜା ଭଣ୍ଡlର, ମଣ୍ଡପ ତଳ ଖାଲି ଗୃହ ନିମନ୍ତେ ଦରଖାସ୍ତ, ନୂତନ କର୍ମକର୍ତ୍ତା ଚୟନ ଓ ପରେ ଦାୟିତ୍ୱ ହସ୍ତାନ୍ତର, ଆଗାମୀ ଦୁର୍ଗାପୂଜା , ଗଜଲଷ୍ମୀ ପୂଜା ,ଓ କାଳୀପୂଜା କିପରି ଶାନ୍ତି ଶୃଙ୍ଖଳା ହେବ ଏନେଇ ବୈଠକରେ ଆଲୋଚନା ହେବ

ADVERTISEMENT