ଜାପାନ ଗସ୍ତରେ ରାଜନାଥ : ହାମାମାତସୁ ଏୟାର ବେସ୍‌ ବୁଲିଦେଖିଲେ

16

ଟୋକିଓ,o୩/o୯(ଏଜେନସି ): ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜାପାନ ଗସ୍ତରେ ଅଛନ୍ତି । ମଙ୍ଗଳବାର ସେଠାରେ ସେ ହାମାମାସତୁ ଏୟାର୍‌ ବେସ୍‌ ବୁଲି ଦେଖିଛନ୍ତି। ଏହି ସମୟରେ ସେ ଏଫ୍‌-୧୫ଯୁଦ୍ଧ ବିମାନ ଓ କାଓ୍ବାସାକି ପ୍ରଶିକ୍ଷଣ ବିମାନ ସମ୍ପର୍କରେ ସବିଶେଷ ତଥ୍ୟ ବୁଝିଥିଲେ। ସୂଚନାଯୋଗ୍ୟ, ସୋମବାର ରାଜନାଥ ତାଙ୍କ ଜାପାନି ସମକକ୍ଷ ତାକେସି ଲବେୟାଙ୍କୁ ସାକ୍ଷାତ୍‌ କରିଥିଲେ। ଏହାସହ ସେ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କ ସହ ମଧ୍ୟ ସାକ୍ଷାତ୍‌ କରିଛନ୍ତି। ଏହି ସମୟରେ ୨ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ସହ ଜମ୍ମୁ-କଶ୍ମୀର କଥା ମଧ୍ୟ ଉଠିଥିଲା। ସୂଚନାଯୋଗ୍ୟ, ରାଜନାଥ ୫ ଦିନିଆ ଜାପାନ ଓ ଦକ୍ଷିଣ କୋରିଆ ଗସ୍ତରେ ଥିବା ବେଳେ ମଙ୍ଗଳବାର ସେ ସିଓଲ ଗସ୍ତ କରିବେ।

ADVERTISEMENT