ଆଜି ଜାତୀୟ ବନ୍ୟପ୍ରାଣୀ ଦିବସ:ବିଶ୍ୱରେ ୪୦% ସାମୁଦ୍ରିକ ବନ୍ୟପ୍ରାଣୀ କ୍ଷତିଗ୍ରସ୍ତ

13

ଭୁବନେଶ୍ୱର,o୪/o୯(କୁନାପ୍ରଧାନ): ଆଜି ଜାତୀୟ ବନ୍ୟପ୍ରାଣୀ ଦିବସ। ପ୍ରତିବର୍ଷ ସେପ୍ଟେମ୍ବର ୪କୁ ବନ୍ୟପାଣୀଙ୍କ ସୁରକ୍ଷା ଓ ସଂରକ୍ଷଣ ଉଦ୍ଦେଶ୍ୟରେ ପାଳନ କରାଯାଉଛି। ଏଥର ଏହି ଦିବସ ଥିମ୍‌ ରହିଛି ‘ଲାଇଫ୍‌ ବିଲୋ ଓ୍ବାଟର: ଫର୍‌ ପିପୁଲ ଆଣ୍ଡ୍‌ ପ୍ଲାନେଟ୍‌’। ପ୍ରଥମଥର ବନ୍ୟପ୍ରାଣୀ ଦିବସରେ ପାଣି ତଳର ଜୀବନ ଉପରେ ଗୁରୁତ୍ୱାରୋପ କରାଯାଉଛି। ସମୁଦ୍ରରେ ପ୍ରାୟ ୨ଲକ୍ଷ ପ୍ରଜାତିର ପ୍ରାଣୀ ରହୁଥିବା ଚିିହ୍ନଟ କରାଯାଇଥିବାବେଳେ ବାସ୍ତବ ସଂଖ୍ୟା ବହୁଗୁଣ ଅଧିକ ହେବ। ବିଶ୍ୱରେ ସାମୁଦ୍ରିକ ଏବଂ ଉପକୂଳ ସମ୍ପଦ ତଥା ଶିଳ୍ପରୁ ୩ ଟ୍ରିଲିୟନ ଆମେରିକୀୟ ଡଲାର କାରବାର ହୋଇଥାଏ। ସେହିପରି ୩ ବିଲିୟନରୁ ଅଧିକ ଲୋକ ସାମୁଦ୍ରିକ ତଥା ଉପକୂଳ ଜୈବ ବିବିଧତା ଉପରେ ନିର୍ଭର କରନ୍ତି। ସାମୁଦ୍ରିକ ବନ୍ୟପ୍ରାଣୀ ମାନବ ସଭ୍ୟତାକୁ କାହିଁ କେଉଁ କାଳରୁ ଖାଦ୍ୟ ଓ ପୋଷଣ, କୁଟୀର ଓ ନିର୍ମାଣ ଶିଳ୍ପ, ଆଦିରେ ଋଦ୍ଧିମନ୍ତ କରି ଆସିଛି। ଏହା ଆମ ଜୀବନରେ ସାଂସ୍କୃତିକ, ଆଧ୍ୟାତ୍ମିକ ଏବଂ ଆମୋଦ ପ୍ରମୋଦକୁ ରୁଚିପୂର୍ଣ୍ଣ ମଧ୍ୟ କରି ଆସିଛି। ତେବେ ପାଣି ତଳର ଜୀବନ ବା ସାମୁଦ୍ରିକ ବନ୍ୟପ୍ରାଣୀ ଏବେ ଘୋର ସଂକଟରେ ପଡ଼ିଛନ୍ତି। ମଣିଷର ମାତ୍ରାଧିକ ହସ୍ତକ୍ଷେପ ଫଳରେ ସାମୁଦ୍ରିକ ବନ୍ୟପ୍ରାଣୀ ଆଜି ବିପଦାପନ୍ନ। ବିଭିନ୍ନ କାରଣରୁ ପ୍ରାୟ ୪୦% ସାମୁଦ୍ରିକ ବନ୍ୟପ୍ରାଣୀ କ୍ଷତିଗ୍ରସ୍ତ ହେଲେଣି। ସାମୁଦ୍ରିକ ବନ୍ୟପ୍ରାଣୀଙ୍କୁ ଅତ୍ୟଧିକ ବ୍ୟବହାର, ପ୍ରଦୂଷଣ, ଉପକୂଳ ବାସସ୍ଥାନ ନଷ୍ଟ ଏବଂ ଜଳବାୟୁ ପରିବର୍ତ୍ତନ ଆଦି ଏହାର ପ୍ରମୁଖ କାରଣ। ଏହାଦ୍ୱାରା ସାମୁଦ୍ରିକ ଜୀବଜଗତ ଉପରେ ଜୀବିକା ପାଇଁ ନିର୍ଭର କରୁଥିବା ଲୋକେ ନିଶ୍ଚୟ ପ୍ରଭାବିତ ହେବେ। ତେଣୁ ଏସବୁ ବିଷୟରେ ଜାଣିବା ତଥା ଅନ୍ୟମାନଙ୍କୁ ସଚେତନତା ବାର୍ତ୍ତା ଦେବାପାଇଁ ଏଥର ବନ୍ୟପ୍ରାଣୀ ଦିବସ ବହୁ ଗୁରୁତ୍ୱ ବହନ କରିବ।

ADVERTISEMENT