ମୁମ୍ବାଇରେ ପ୍ରବଳ ବର୍ଷା ; ସ୍କୁଲ୍‌ ବନ୍ଦ, ଯାନବାହନ ଚଳାଚଳ ମନ୍ଥର, ଟ୍ରେନ୍‌ଯାତ୍ରା ବିଳମ୍ବ

18

ମୁମ୍ବାଇ,o୪/o୯(ଏଜେନସି) : ବୁଧବାର ଦିନ ମଧ୍ୟ ମୁମ୍ବାଇରେ ପ୍ରବଳ ବର୍ଷା ହେବା କାରଣରୁ ରାସ୍ତାଘାଟରେ ପାଣି ଜମିଯିବାରୁ ସ୍କୁଲ୍‌ ବନ୍ଦ ରହିବା ସହ ଯାନବାହାନ ଚଳାଚଳର ବେଗ ମନ୍ଥର ଓ ଟ୍ରେନ୍‌ଯାତାୟତରେ ବିଳମ୍ବ ଘଟିଛି। ଗତକାଲି ଠାରୁ ମୁମ୍ବାଇ ନଗରୀରେ ଅତି ପ୍ରବଳ ବର୍ଷା ହେଉଛି। ବୃହନମୁମ୍ବାଇ ମୁନିସ୍‌ପାଲ୍‌ କର୍ପୋରେସନ୍‌ର ଜନସମ୍ପର୍କ ଅଧିକାରୀ କହିଛନ୍ତି, ଆଜି ଦିନ ତମାମ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ସଂସ୍ଥାନର ସୂଚନା ଦେବାରୁ ଆଜି ସ୍କୁଲ୍‌ ବନ୍ଦ ରହିବ। ଯେଉଁ ସ୍କୁଲ୍‌ରେ ଛାତ୍ରଛାତ୍ରୀମାନେ ରହିଯାଇଛନ୍ତି ସେ ସ୍କୁଲ୍‌ର ପ୍ରିନ୍‌ସିପାଲ୍‌ମାନେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣପୂର୍ବକ ପିଲାମାନଙ୍କୁ ନିରାପଦରେ ଘରକୁ ଫେରାଇବାର ବ୍ୟବସ୍ଥା କରିବାକୁ ଅନୁରୋଧ କରାଯାଇଛି।

ADVERTISEMENT