ବିଜେଡି ଘୋଷଣା କଲା ନୂଆ ମିଡିଆ ଟିମ୍, ସସ୍ମିତ ପାତ୍ରଙ୍କୁ ମିଳିଲା ବଡ଼ ଦାୟିତ୍ୱ

16

ଭୁବନେଶ୍ୱର,o୪/o୯(କୁନା ପ୍ରଧାନ) : ବିଜୁ ଜନତା ଦଳ ତାର ମିଡିଆ ଟିମକୁ ପୁର୍ନଗଠିତ କରିଛି । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୋହର ବାଜିବା ପରେ ଆଜି ପରିବର୍ଦ୍ଧିତ ମିଡ଼ିଆ ଟିମ ଘୋଷଣା କରାଯାଇଛି । ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କୁ ବିଜୁ ଜନତା ଦଳର ମିଡ଼ିଆ କୋର୍ଡିନେଟର ଦାୟିତ୍ୱ ମିଳିଥିବା ବେଳେ ନୂଆ ମୁଖପାତ୍ର ଓ ପ୍ୟାନେଲିଷ୍ଟ ତାଲିକା ପ୍ରକାଶ ପାଇଛି। ଜାତୀୟ ମୁଖପାତ୍ର ତାଲିକାରେ ୫ ଜଣ ସ୍ଥାନ ପାଇଛନ୍ତି । ଜାତୀୟ ଗଣମାଧ୍ୟମରେ ଏହି ୫ ଜଣ ବିଜେଡିର ଆଭିମୁଖ୍ୟକୁ ଉପସ୍ଥାପନ କରିବେ । ସେହିପରି ମୁଖପାତ୍ର ତାଲିକାରେ ୧୪ ଜଣଙ୍କୁ ସାମିଲ କରାଯାଇଛି ଓ ୧୦ ଜଣଙ୍କୁ ମିଡିଆ ପ୍ୟାନେଲିଷ୍ଟ ଦାୟିତ୍ୱ ମିଳିଛି ।

ADVERTISEMENT