ରେଳବାଇର ରାଜସ୍ୱ ସ୍ଥିତିରେ ସୁଧାର ଆଣିବା ଲାଗି ବଢ଼ିବ ଯାତ୍ରୀ ଭଡ଼ା

4

ନୂଆଦିଲ୍ଲୀ,୨୭।୧୨(ଏଜେନ୍ସି ) : ଟ୍ରେନ୍‌ରେ ଯାତ୍ରା କରିବା ଏବଂ ମାଲ୍‌ ପରିବହନ କରିବା ମହଙ୍ଗା ହେବାକୁ ଯାଉଛି। ଟ୍ରେନ୍‌ ଭଡ଼ାରେ ପରିବର୍ତ୍ତନ ଆଣିବା ଲାଗି ବିଚାର କରାଯାଉଛି ବୋଲି ରେଳ ବୋର୍ଡର ଅଧ୍ୟକ୍ଷ ଭିକେ ଯାଦବ ସୂଚନା ଦେଇଛନ୍ତି। ତେବେ ଭଡ଼ା ବଢ଼ିବ ନା ନାହିଁ ତାହା କହିପାରିବି ନାହିଁ ବୋଲି ସେ କହିଛନ୍ତି। ଭଡ଼ା ବୃଦ୍ଧି ସମ୍ପର୍କରେ ସେ କହିଛନ୍ତି, ରେଳବାଇର ରାଜସ୍ବ ସ୍ଥିତିରେ ସୁଧାର ଆଣିବା ଲାଗି ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ମାତ୍ର ଭଡ଼ା ବଢ଼ାଇବା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଦୀର୍ଘ ସମୟ ଆଲୋଚନା ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥାଏ। ଆମେ ଉଭୟ ମାଲ୍ ଓ ଯାତ୍ରୀ ଭଡ଼ା ବଦଳାଇବା ଉପରେ ବିଚାର କରୁଛୁ। କିଛି ଦିନ ହେଲା ଏହାକୁ ନେଇ ବିଚାରବିମର୍ଶ ଜାରି ରହିଛି। ଏବିଷୟରେ ମୁଁ ଅଧିକ କିଛି କହିପାରିବି ନାହିଁ, କାରଣ ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ବୋଲି ସେ କହିଛନ୍ତି।

ADVERTISEMENT