ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କଠାରୁ : ଦିନଦ୍ବିପ୍ରହରରେ ୫୦ ହଜାର ଟଙ୍କା ଲୁଟି ନେଇଛନ୍ତି

12

ବାରିପଦା,o୫/o୯(ଏଜେନସି ): ଦିନଦ୍ବିପ୍ରହରରେ ଜଣେ ସରକାରୀ ଅବସରପ୍ରାପ୍ତ କର୍ମଚାରୀଙ୍କଠାରୁ ଅଜଣା ଲୁଟେରା ୫୦ ହଜାର ଟଙ୍କା ଲୁଟି ନେଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ସରକାରୀ ଅବସରପ୍ରାପ୍ତ କର୍ମଚାରୀ ଜଗଦୀଶ ଚନ୍ଦ୍ର ମହାପାତ୍ର ଷ୍ଟେସନ ରୋଡରେ ଥିବା ଆହ୍ଲାବାଦ ବ୍ୟାଙ୍କର ବାରିପଦା ଶାଖାରୁ ୫୦ ହଜାର ଟଙ୍କା ଉଠାଇ ଘରକୁ ନେଇଯାଉଥିବା ବେଳେ ୱାର୍ଡ ନମ୍ବର ୧୧ ଅନ୍ତର୍ଗତ ବନ୍ଧସାହି ନିକଟରେ ହଠାତ୍ ଦୁଇଜଣ ଲୁଟେରା ମୋଟର ସାଇକେଲରେ ଆସି ତାଙ୍କଠାରୁ ଟଙ୍କା ଲୁଟି ନେଇଥିଲେ। ସେଦୁହେଁ ବ୍ୟାଙ୍କରେ ଜଗଦୀଶ ଚନ୍ଦ୍ର ମହାପାତ୍ର ଟଙ୍କା ଗଣୁଥିବା ବେଳେ ତାଙ୍କୁ ଅନୁସରଣ କରୁଥିଲେ ବୋଲି ଜଣାଯାଇଛି। ଆଜି ସକାଳ ୧୦ଟା ୪୦ମିନିଟ୍ ସମୟରେ ଏହି ଲୁଟ ଘଟିଥିବା କୁହାଯାଉଛି। ଏହାପରେ ଜଗଦୀଶ ଚନ୍ଦ୍ର ମହାପାତ୍ର ପୁଲିସ୍ ନିକଟରେ ଅଭିଯୋଗ କରିଥିଲେ। ତାପରେ ବାରିପଦା ଟାଉନ ଥାନା ପକ୍ଷରୁ ଘଟଣାସ୍ଥଳରେ ଯାଞ୍ଚ କରାଯିବା ସହ ବ୍ୟାଙ୍କର ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଇଛି। ଏହି ଘଟଣାରେ ସ୍ଥାନୀୟ ଲୋକଙ୍କ ଭିତରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ADVERTISEMENT