କୁସୁମି ଆଦର୍ଶ ବିଦ୍ୟାଳୟରେ ସଂସ୍କୃତି ଦିବସ ପାଳିତ

23

କୁକୁଡ଼ାଖଣ୍ଡୀ,o୫/o୯(ଇ.ରଞ୍ଜନ ) : କୁକୁଡ଼ାଖଣ୍ଡୀ ବ୍ଲକ ଅନ୍ତର୍ଗତ ବାଘଲଟି ପଞ୍ଚାୟତର କୁସୁମି ଆଦର୍ଶ ବିଦ୍ୟାଳୟରେ ସଂସ୍କୃତି ଦିବସ ପାଳିତ ହୋଇଯାଇଛି ସଂସ୍କୃତି ଦିବସ l ଏହି ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ସଂସ୍କୃତ ଭାଷାଗତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା l ଏହି ପରୀକ୍ଷାରେ ଦଶମ ଶ୍ରେଣୀର ପ୍ରେମ କୁମାର ସେଠି ପ୍ରଥମ ସ୍ଥାନ ହାସଲ କରିଥିଲେ l ଉତ୍ତୀର୍ଣ୍ଣ ସମସ୍ତ ଛାତ୍ର ଛାତ୍ରୀଙ୍କୁ ରାଷ୍ଟ୍ରୀୟ ସଂସ୍କୃତିକ ସଂସ୍ଥାନ ପକ୍ଷରୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରିବା ସହ ମାନ ପତ୍ର ପ୍ରଦାନ କରାଯାଇଥିଲା l ଏହି ସଂସ୍କୃତି ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଗୋପାଳ କୃଷ୍ନ ପାଢୀ,ସମ୍ମାନୀତ ଅତିଥି ଭାବେ ଆଦର୍ଶ ବିଦ୍ୟାଳୟ ଭାର ପ୍ରାପ୍ତ ଅଧକ୍ଷ ଜଗନ୍ନାଥ ମହାରଣା ପ୍ରମୁଖ ଯୋଗଦେଇ ସଂସ୍କୃତି ଦିବସର ଆବଶ୍ୟକତା ଉପରେ ଛାତ୍ରଛାତ୍ରୀଙ୍କୁ ବୁଝାଇ ଥିଲେ । ସଂସ୍କୃତ ଶିକ୍ଷୟତ୍ରୀ ଡକ୍ଟର ସ୍ବର୍ଣ୍ଣଲତା କର କାଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପରିଚାଳନାରେ ସହଯୋଗ କରିଥିବା ସହ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

ADVERTISEMENT