ଚିଦମ୍ବରମ୍ ଓ ତାଙ୍କ ପୁଅ କାର୍ତ୍ତିଙ୍କୁ ଆଇ.ଏମ.ଏକ୍ସ ମାମଲାରେ ସିବିଆଇ କୋର୍ଟ ଆଗୁଆ ଜାମିନ ଦେଲେ

12

ନୂଆଦିଲ୍ଲୀ,o୫/o୯(ରବି ଦାସ ) : ଗତ ପ୍ରାୟ ୧୫ ଦିନ ଧରି ସିବିଆଇ ହାଜତରେ ଥିବା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି.ଚିଦମ୍ବରମଙ୍କ ପାଇଁ ଆଜି ଦିଲ୍ଲୀର ସିବିଆଇ କୋର୍ଟ ଆଶ୍ୱସ୍ତି ଆଣିଦେଇଛନ୍ତି । ଏୟାରସେଲ ମାକ୍ସିସ (ଆଇ.ଏମ.ଏକ୍ସ)ମାମଲାରେ ଚିଦମ୍ବରମ ଓ ତାଙ୍କ ପୁଅ କାର୍ତ୍ତି ଚିଦମ୍ବରମଙ୍କୁ ଆଜି ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ ଆଗୁଆ ଜାମିନ ପ୍ରଦାନ କରିଛନ୍ତି । ସ୍ୱତନ୍ତ୍ର ଜଜ୍‌ ଓପି ସାଇନି ଏହି ଆଗୁଆ ଜାମିନ ପ୍ରଦାନ କରିଛନ୍ତି । ତେବେ ତଦନ୍ତରେ ସହଯୋଗ କରିବାକୁ ସେ ବାପପୁଅଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଖବର ଆସିବା ପରେ କାର୍ତ୍ତି ଚିଦମ୍ବରମ ଟ୍ଵିଟ କରି କହିଛନ୍ତି ଯେ ଅନ୍ୟ ସବୁକ୍ଷେତ୍ରରେ ମଧ୍ୟ ଆମେ ବିଜୟୀ ହେବୁ । ତେବେ ଚିଦମ୍ବରମ ଆଇଏନଏକ୍ସ ମିଡିଆ ମାମଲାରେ ସିବିଆଇ ହାଜତରେ ଥିବାରୁ ସେ ଏବେ ମୁକୁଳିବାର ସମ୍ଭାବନା କମ । ଏହାର କିଛି ଘଣ୍ଟା ପୂର୍ବରୁ ସୁପ୍ରିମକୋର୍ଟ ବାପପୁଅଙ୍କୁ ଜାମିନ ଦେବାକୁ ମନା କରିଦେଇଥିଲେ ।

ADVERTISEMENT