ସରକାରୀ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ ପାଳିତ

24

ବୈପାରିଗୁଡା,o୫/o୯( ଏଜେନସି) : କୋରାପୁଟ ଜିଲ୍ଲାର ବୈପାରିଗୁଡା ସଦର ମହକୁମାରେ ଥିବା ସରକାରୀ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁ ଦିବସ ବେଶ ଉତ୍ସାହିତର ସହିତ ପାଳିତ ହୋଇଯାଇଛି । ଉକ୍ତ ବିଦ୍ୟାଳୟରେ ପ୍ରଥମେ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସଙ୍ଗୀତ ପରିବେଷଣ ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପରେ ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ଗୁରୁ ପୂଜନ ସହ ସହ ସଭା ମଧ୍ୟ ଅନୁଷ୍ଠିତ କରାଯାଇଥିଲା ।ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଛାତ୍ରଛାତ୍ରୀ ମାନେ ବନ୍ଦନା ପୂର୍ବକ ଆଶୀର୍ବାଦ ନେଇଥିଲେ । ଉକ୍ତ ଗୁରୁ ଦିବସରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷଣୀୟ ଉପକରଣ ଏବଂ ଡ଼ାକବାଜି ଯନ୍ତ୍ର ପ୍ରାୟ ୨୦ହଜାର ଟଙ୍କାର ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିରେଖା ଖିଲାଡ଼ି, ଶିକ୍ଷକ ଲକ୍ଷ୍ମୀନାରାୟଣ ଖାଡଙ୍ଗା, ଶିକ୍ଷୟିତ୍ରୀ ସଂଘମିତ୍ରା ଭୋଇ,ଜ୍ୟୋତି ମିଶ୍ର,ଶୁଭଶ୍ରୀ ସେଠୀ,ସୁଭଦ୍ରା ସ୍ବାଇଁ,ସୌଭାଗ୍ୟବତୀ ମିଶ୍ର,ସଂଗୀତା ପାଣିଗ୍ରାହୀ,ମାଲେଶ୍ୱରୀ ପଣ୍ଡା, ସୁଜାତା ପଣ୍ଡା, ତାଇମତି ନନ୍ଦିବାଲି ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି ଗୁରୁ ଦିବସ ପାଳନ କରିଥିଲେ ।

ADVERTISEMENT