ମନରେଗା ଶ୍ରମିକ ସଂଘ ବୈଠକ

9

ସାନଖେମୁଣ୍ଡି,o୫/o୯( ଏଜେନସି) : ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଆନୁକୂଲ୍ୟରେ ସାନଖେମୁଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ଗୌତମିରେ ଶ୍ରମିକ ସଂଘ ଗଠନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ଶ୍ରମିକଙ୍କୁ ଜବକାର୍ଡ ପ୍ରଦାନ, ଶ୍ରମିକ ପରିବାରକୁ ସାମାଜିକ ସୁରକ୍ଷା ସହ ସରକାରଙ୍କ ଶ୍ରମିକ କଲ୍ୟାଣରେ ସାମିଲ କରିବା, ଶ୍ରମିକଙ୍କୁ ପଞ୍ଜିକୃତ କରାଇ ପରିଚୟ ପତ୍ର ପ୍ରଦାନ କରିବା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଗୌତମି ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ସୁଶାନ୍ତ ସ୍ୱାଇଁ, ନିର୍ବାହୀ ଅଧିକାରୀ ନିରଞ୍ଜନ ପାତ୍ର, ଗ୍ରାମ ରୋଜଗାର ସେବୀକା ସଙ୍ଗୀତ ଲେଙ୍କା ଓ ଅନ୍ୟାନ୍ୟ ସୁରଜ ସାମନ୍ତରା, ଅରୁଣ ସାମନ୍ତରା, ସଚିନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ADVERTISEMENT