ନୂଆ ମୋଟର ଯାନ ଆଇନକୁ ନାପସନ୍ଦ କଲେ ମନ୍ତ୍ରୀ: କହିଲେ ‘ଲୋକଙ୍କୁ ସତର୍କ’ କରାଇ ଏହାକୁ ଲାଗୁ କରିବା କଥା

37

ଭୁବନେଶ୍ୱର,o୬/o୯( କୁନା ପ୍ରଧାନ ) : ଦେଶବ୍ୟାପି ସେପ୍ଟେମ୍ବର ୧ରୁ ଲାଗୁ ହୋଇଥିବା ନୂଆ ମୋଟର ଯାନ ଆଇନ ବିରୋଧରେ ବିଭିନ୍ନ ମହଲରେ ପ୍ରତିବାଦର ସ୍ବର ଉଠୁଛି। ଜନସାଧାରଣ ଏହାକୁ ନାପସନ୍ଦ କରୁଥିବା ବେଳେ ଶୁକ୍ରବାର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ନିଜର ପ୍ରତିକ୍ରିୟା ରଖିଛନ୍ତି । ସୁଶାନ୍ତ କହିଛନ୍ତି, ବାଇକ୍‌ରେ ଗଲେ ଯେତିକି ୫୦ଲକ୍ଷ ଟଙ୍କାର ଗାଡ଼ିରେ ଗଲେ ବି ସେତିକି ଜରିମାନା ଦେବାକୁ ପଡ଼ୁଛି। ଲୋକେ ସାଙ୍ଗରେ ଯେତିକି ଟଙ୍କା ନେଇ ଯାଉଛନ୍ତି, ତା’ଠାରୁ ଅଧିକ ଜରିମାନା ଦେଉଛନ୍ତି । ଏଣୁ ପ୍ରଥମେ ଲୋକଙ୍କୁ ସତର୍କ ସୂଚନା ଦେଇ ପରେ ଆଇନକୁ ଲାଗୁ କରିବା କଥା। ଏବେ ଗରିବ ଲୋକେ ଆଉ ଗାଡ଼ି ଚଳାଇପାରିବେ ନାହିଁ। ତେଣୁ ଏହି ଆଇନ୍‌ ରେ ଅସଙ୍ଗତି ଥିବା ମନ୍ତ୍ରୀ କହିଛନ୍ତି।

ADVERTISEMENT