ନାଳରେ ଚେକଡେମ ବାନ୍ଧିବାକୁ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ

9

କୋଟପାଡ଼ ,୨୮।୧(ଡ଼ି.ଏଚ ) : – ନିଘାଡ ନିଦ୍ରାରେ ଅଛନ୍ତି କୋରାପୁଟ ଜିଲ୍ଲା ପ୍ରଶାସନିକ ବାବୁମାନେ l ବାରମ୍ବାର ଗୁହାରି ସତ୍ୱେ ଦେଖାଯାଉନି ଗରିବ ଚାଷୀଙ୍କ ସାମୁହିକ ଦୁଃଖ l କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକସ୍ଥ କୁହୁଡି ଗାଁ ଏବଂ ସଡ଼ରଂଗା ପଞ୍ଚଯାତର ପ୍ରାୟ ପାଞ୍ଚ ଖଣ୍ଡ ଗ୍ରାମର ଗରିବ ଚାଷୀ ଗୋଟିଏ ଚେକ ଡେମ ପାଇଁ ପ୍ରଶାସନଙ୍କୁ ବାରମ୍ବାର ଆବେଦନ କଲେ ହେଁ ହାତ ବାନ୍ଧି ବସିଛନ୍ତି ସରକାରୀ ବାବୁ l ଖାଲି ଚାଲିଛି ପାଣି ପଂଚାୟତ l କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର ଚେକଡେମ, କଡା ଓ କେନାଲ ନାଁ ରେ l ଅନାବଶ୍ୟକ ସ୍ଥଳେ ଚାଲିଛି କୁଢା କୁଢ଼ା ଡେମ l ଲକ୍ଷାଧିକ ଅଟକଳ ମୂଲ୍ୟରେ ବନ୍ଦା ହୋଇଛି କଡା ନାଳ ଓ କେନାଲ କିନ୍ତୁ ସେଠି ମାଡୁନୀ ପାଣି lଗତ ତିନି ବର୍ଷ ହେଲା ଲିଖିତ ରେ ସ୍ଥାନୀୟ ବିଧାୟକ ଏବଂ ଜିଲ୍ଲାପାଳ ମହୋଦୟଙ୍କୁ ଗୁହାରି କରି ହତାଶ ହୋଇ ଶେଷରେ ସୁନା ଖଟା ନାଳ ଚେକଡେମ୍ ବାନ୍ଧି ରବି ଫସଲ କରିବା ପାଇଁ ଅଣ‌୍ଟା ଭିଡ଼ିଲେ ଗ୍ରାମ ବାସି l

ADVERTISEMENT