କିନ୍ନର ମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ପାଇଁ ହାତ ବଢାଇଲେ ଜିଲ୍ଲାପାଳ ଓ ଏସପି

5

ପାରଳାଖେମୁଣ୍ଡି ,୨୮।୧(ଡ଼ି.ଏଚ) : କିନ୍ନର ମାନଙ୍କୁ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ ସହ ସହ ରୋଜଗାରକ୍ଷମ ପାଇଁ ଗଜପତି ଜିଲ୍ଲାପାଳ ଅନୁପମ ଶାହା , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ପୁଣି ସାହାଯ୍ୟର ହାତ ବଢାଇଛନ୍ତି। ଗତ ଡିସେମ୍ବର ମାସ ୨୫ ତାରିଖରେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟ ପରିସରରେ ସୂରଭୀ ନାମକ ଏକ ଓମଫେଡ କାଉଣ୍ଟର ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାରା ଶର୍ମା, ପାରଳା ବିଧାୟକ କେ ନାରାୟଣ ରାଓଙ୍କ ପ୍ରୟାସରେ ଉଦଘାଟନ ହେଇଥିଲା। ଯାହାକି କିନ୍ନର ମାନଙ୍କ ଦ୍ଵାରା ପରିଚାଳିତ ହୋଇ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ କାଉଣ୍ଟରଟିକୁ ସ୍ଥାପନ କରାଯାଇଥିଲା। ବର୍ତମାନ ଏହାର ଆହୁରି ଉନ୍ନତି କରିବା ସହ କିନ୍ନର ମାନଙ୍କୁ ଅଧିକ ରୋଜଗାରକ୍ଷମ କରିବା ପାଇଁ ସେଠାରେ ଜଳଖିଆ ହୋଟେଲ ସହ ବିଭିନ୍ନ ପ୍ରକାରର ଫଳ ରସ ବିକ୍ରି କାଉଣ୍ଟର କରିଛନ୍ତ , ଆଜି ଗଜପତି ଜିଲ୍ଲାପାଳ ଅନୁପମ ଶାହା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଶୁଭାରମ୍ଭ କରି ପୁଣି ସାହାଯ୍ୟର ହାତ ବଢାଇଛନ୍ତି। ଏହି କାଉଣ୍ଟରରେ ଆଠ ଜଣ କିନ୍ନର ପରିଚାଳନା ପାଇଁ ନିୟୋଜିତ ହୋଇଛନ୍ତି। ଯାହା ଦ୍ଵାରା ସେମାନେ ଅର୍ଥୀକ ଭାବେ ସ୍ୱଛଳ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରିବେ ବୋଲି ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି। ଏମାନଙ୍କୁ ପାରଳାଖେମୁଣ୍ଡିର କିଛି ବଦାନ୍ୟ ବ୍ୟକ୍ତି ଏବଂ ଗଜପତି ଏସପି ସହାୟତା ରାଶି ଦେଇଥିବା ବେଳେ ଏହି କାଉଣ୍ଟରକୁ ସହାୟତା କରିଛନ୍ତି। ଏହି କାଉଣ୍ଟର ଉଦଘାଟନ ବେଳେ ଅନ୍ୟ ମାନଙ୍କୁ ମଧ୍ୟରେ ଉପ-ଜିଲ୍ଲାପାଳ ରଜନୀ କାନ୍ତ ସ୍ୱାଇଁ, ଏଏସପି ସୀତାରାମ ଶତପଥୀ, ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ, ଏସ.ଡି.ପି.ଓ ପ୍ରକାଶ ଚନ୍ଦ୍ର ଜେନା ପ୍ରମୁଖଙ୍କ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ।

ADVERTISEMENT