ଗୋଷାଣୀ ପଂଚାୟତର ସମିତି ବୈଠକ

9

ପାରଳାଖେମୁଣ୍ଡି,o୭/o୯(ପ୍ରଭାତ କୁମାର ପାତ୍ର) : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ସ୍ଥିତ ଶ୍ରୀ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ବୈଠକ ଗୃହରେ ଗୋଶାଣି ପଂଚାୟତ ସମିତି କାର୍ଯ୍ୟଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ଲକ ଅଧକ୍ଷା ସି.ଏଚ ତରେକେଶ୍ୱରୀ ସଭାପତିତ୍ୱ କରିଥିବା ବେଳେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗଦେଇ ବିଭିର୍ଣ ଉର୍ଣ୍ଣାୟନ ମୂଳକ କାର୍ଯ୍ୟ ଉପରେ ସମସ୍ତ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟତ ଗୋଶାଣି ଠାରେ ଥିବା ଛତୁଆ ଉତ୍ପାଦନକୁ ନେଇ ସିଡିପିଓ ଗୌରୀ ନାୟକଙ୍କୁ ପଂଚାୟତର ବିଭିନ୍ନ ପ୍ରତିନିଧି ମାନେ ପ୍ରଶ୍ନ ପଚାରିଥିଲେ । ଗୋଶାଣୀ ବ୍ଲକରେ ବିଭିନ୍ନ ଉର୍ଣ୍ଣାୟନ ମୂଳକ କାର୍ଯ୍ୟ ସମିତି ଅଧକ୍ଷା ଏକତରଫା ଭାବେ କରୁଛନ୍ତି ବୋଲି ବିଭିନ୍ନ ପ୍ରତିନିଧି ପ୍ରଶ୍ନ ଉଠାଇଥିଲେ । ମୁଖ୍ୟତ ବଡ଼କତୁରୁ ଠାରୁ ଏକ ଅଣ୍ଡାମେଣ୍ଟ ଜାଗା ଉପରେ କିପରି ସରକାରୀ ଅନୁଦାନ ଜଣେ ବ୍ୟକ୍ତିଙ୍କ ଦ୍ଵାରା ଖର୍ଚ୍ଚ ହୋଇଛି ତାହା ନେଇ କତଲକୋଇଠାର ସମିତି ସଭ୍ୟ ଭାସ୍କର ବିଶ୍ୱାଳ ପ୍ରଶ୍ନ କରିଥିଲେ । ସେହିପରି ଗତ ତିତିଲି ବାତ୍ୟାରେ ସରକାର ପକ୍ଷରୁ ମିଳିଥିବା ବିଭିନ୍ନ ସହାୟତା ରାଶି ଏବଂ ଅନ୍ୟାନ୍ୟ ସହଯୋଗ କାର୍ଯ୍ୟକ୍ରମ ପଞ୍ଚାୟ ସ୍ତରରେ ସଠିକ ଭାବେ ପ୍ରଦାନ କରାଯାଇନଥିବା କୁହାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ ଗୋଶାଣି ବ୍ଲକ ଉପାଧ୍ୟକ୍ଷ ଡିଲେଶ୍ବର ରାଓ ଜିଲାପରିସଦ ସଭ୍ୟ ଜି ଶ୍ରୀଧର ସଭ୍ୟା ବିମଳା ସାମଲ ସମିତି ସଭ୍ୟା ବି ବାଲରାଜୁ ସରପଞ୍ଚ M କ୍ରିଷ୍ଣା s ବାଲରାଜୁ ବ୍ଲକ ଉର୍ଣ୍ଣାୟନ ଅଧିକାରୀ ସଂଗ୍ରାମ କେଶରୀ ପଣ୍ଡା ପ୍ରମୁଖ ଙ୍କ ସହ ବିଭିନ୍ନ ବ୍ଲକ୍ ସ୍ତରିୟରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ADVERTISEMENT