ହାତୀ ଯୋଗୁଁ ଧନ ଜୀବନ ହାନି ଆଶଙ୍କା

15

କୁକୁଡାଖଣ୍ଡି,୨୮।୧ (ଡ଼ି.ଏଚ): ବ୍ରହ୍ମପୁର ଉପଖଣ୍ଡ ମହୁଡା ଟାଡଭାଇ ପାହାଡ଼ରେ ହାତୀକୁ ଘଉଡ଼ିବା ପାଇ ବନ ବିଭାଗ ସକ୍ରିୟ ହେବାପରେ ସମ୍ପ୍ରତି ସେହି ହାତୀ ଦଳ ଗୋଳନ୍ଥରା ରେଳ ଲାଇନ ପାର ହୋଇ ଉପକଣ୍ଠର ବିଭିନ୍ନ ଜନବସତି ଅଞ୍ଚଳକୁ ପଶି ଆସିଥିବା ଅଭିଯୋଗ ହୋଇଛି । ହାତୀ ଦଳ ଭିତରେ ୧୨ ଗୋଟି ହାତୀ ଥିବା ବେଳେ ଗୋଟିଏ ହାତୀ ,ମେଳରୁ ବାହାରୀ ବାଟବଣା ହୋଇ ପଡି ଥିବା ସୂତ୍ରରୁ ଜଣାପଡିଛି । ହାତୀ ଦଳ ଦ୍ୱାରା ଧନଜୀବନ ହାନିର ଆଶଙ୍କା ପ୍ରକାଶ ପାଇଛି ।

ADVERTISEMENT