ଅକ୍ସଫୋଡ୍ ପବ୍ଲିକ ସ୍କୁଲର ୧୧ ତମ ବାର୍ଷିକ ଉତ୍ସବ ପାଳିତ

12

ବ୍ରହ୍ମପୁର ,୨୮।୧(ଡ଼ି.ଏଚ) : ବ୍ରହ୍ମପୁର ଅକ୍ସ ଫୋର୍ଡ ପବ୍ଲିକ ସ୍କୁଲ ପରିସରରେ ପାଳତ ହୋଇଯାଇଛି l ପରିଚାଳନା ସମିତି ସଭାପତି ଡା.ପ୍ରମୋଦ ଅଗ୍ରୱାଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହାମହିମ ଓଡିଶାର ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶି ଲାଲ, ସଂମ୍ମାନିତ ଅତିଥି ଭାବେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ବିଭାଗର ସଭାପତି ଡା ପ୍ରଭାକର ସାହୁ,ମୁଖ୍ୟ ବକ୍ତାଭାବେ ସୁପ୍ରିମ କୋର୍ଟ ବରିଷ୍ଟ ଆଇନଯିବି ଡ଼କ୍ଟର କେଦାରନାଥ ତ୍ରିପାଠୀଓ ଯଶୋବାନ୍ତ ଦାଶ ଯୋଗଦାନ କରିଥିଲେ l ଏଥିରେ ମୁଖ୍ୟ ଅତିଥି ମହାମହିମ ରାଜ୍ୟପାଳ ମଞ୍ଚରେ ଯୋଗଦେଇ ଛାତ୍ରଛାତ୍ରୀ ଓ ଉପସ୍ଥିତ ଶିକ୍ଷକ,ଅଭିଭାବକଙ୍କୁ ନିଜ ବକ୍ତବ୍ୟରେ ସମାଜର ଆଧ୍ୟାତ୍ମିକ ବାତାବରଣ ଶିକ୍ଷାଦାନ ପ୍ରତି ଉତ୍ତମ ନାଗରିକ ସୃଷ୍ଟି କରିବା ସହାୟକ ହୁଏ ବୋଲି ବକ୍ତବ୍ୟ ଦେଇଥିଲେ l ପରେ ଛାତ୍ରଛାତ୍ରୀଙ୍କୁ ବଡ଼ ଅଗ୍ରହ ସହ ଆପଣାଇ ଥିଲେ l ଏଥିରେ ବିଦ୍ୟାଳୟ ପରିଚାଳନା ସମିତି ଗିରିଧର ପାଢୀ, ସରଜସାବତ, ଇଂ ଚିତ୍ତରଞ୍ଜନ ସାହୁ ସହ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଯୋଗଦେଇଥିଲେ l

ADVERTISEMENT