ସମାଜସେଵୀ ଚୌଧୁରୀଙ୍କ ଦ୍ୱାରା ଦୁର୍ଘଟଣାରେ ପୀଡିତ ପଶୁଙ୍କୁ ଚିକିତ୍ସିତ

40

ବ୍ରହ୍ମପୁର ,୨୮।୧ (ଡ଼ି.ଏଚ) : ହିଲ୍ ପାଟଣା ତୃତୀୟ ଗଳିରେ ଏକ ଗାଈର ଡାହାଣ ପଛ ଗୋଡ଼କୁ ଗଭୀର ଆଘାତଲାଗି ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ସ୍ଥାନୀୟ ଲୋକେ ଗତ ୨୩ ତାରିଖ ଦିନ ଗୋରୁଗାଈଙ୍କ ସେବାରେ ନୀୟୋଜିତ ଥିବା ସାମ୍ବାଦିକ ଲଲାଟେନ୍ଦୁ ଚୌଧୁରୀଙ୍କୁ ଖବର ଦେଇଥିଲେ । ଏହାକୁ ଅତି ଗୁରୁତର ଭାବେ ନେଇ ସମୟ ନଷ୍ଟ ନକରି ପଶୁ ବିଭାଗର ଅଧିକାରୀଙ୍କ ସହ ଯୋଗାଯୋଗ କରି ଘଟଣାସ୍ଥଳକୁ ପଶୁ ଚିକିତ୍ସାଳୟର କର୍ମଚାରୀଙ୍କ ସହ ପହଞ୍ଚି ସଂଗେ ସଂଗେ ଗାଈଟିର ଅସ୍ତ୍ରୋପଚାର କରାଯାଇ ଆଘାତ ଲାଗିଥିବା ଗୋଡ଼ରୁ ପୁଜ ବାହାର କରାଇଥିଲା…। ଗଭୀର ଆଘାତ ଯୋଗୁଁ ଗାଈଟି ସେଠାରୁ ଉଠି ପାରୁନଥିଵାରୁ ପଶୁ ଚିକିତ୍ସାଳୟର କର୍ମଚାରୀ ମାନେ ପ୍ରତେକ ଦିନ ସେଠାକୁ ଯାଇ ସେବା ଜାରି ରଖିଥିଲେ । ପରେ ଗାଈଟିର ଉତ୍ତମ ଚିକିତ୍ସା ନିମନ୍ତେ ଗତ କାଲି ରାତ୍ର ପଶୁ କାଯ୍ୟଳୟକୁ ସ୍ଥାନାନ୍ତରିତ କରାଯାଇଥିଲା..। ପଶୁ ଚିକିତ୍ସାରେ ଖୁସିହୋଇ ସାହି ବାସିନ୍ଦା ପଶୁ ଚିକିତ୍ସାଳୟର ଉପସ୍ଥିତ ସମସ୍ତ କର୍ମଚାରୀ ଏବଂ ସମାଜସେବୀ ତଥା ସାମ୍ବାଦିକ ଲଲାଟେନ୍ଦୁ ଚୌଧୁରୀଙ୍କୁ ପ୍ରଶଂସା କରିବା ସହ ଗୁଲଦସ୍ଥା ପ୍ରଦାନ କରି ଉତ୍ସାହିତ କରିଥିଲେ …।

ADVERTISEMENT