ଟାଟା ଷ୍ଟିଲ୍ ପକ୍ଷରୁ ମେଗା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

12

କୋଦଳା,୨୮।୧(ଡ଼ି.ଏଚ): ଟାଟା ଷ୍ଟିଲ ଓ ଶଙ୍କର ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ମଙ୍ଗଳବାର ଦିନ ବେଗୁନିଆପଡ଼ା ବ୍ଳକର ଜନତା ନୋଡ଼ାଲ ହାଇ ସ୍କୁଲ ପରିସରରେ ଏକ ମେଗା ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ ହୋଇଥିଲା l ଏହାକୁ କବିସୂର୍ଯ୍ୟ ନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଉଦଘାଟନ କରିବା ସହ ରୋଗୀମାନଙ୍କୁ ବିଭିନ୍ନ ରୋଗ ଓ ଶିବିରରେ ସହଯୋଗ ବିଷୟରେ ପଚାରି ବୁଝିଥିଲେ l ଏହି ଶିବିରରେ ମୋଟ 137 ଜଣ ରୋଗୀଙ୍କୁ ଚିକିତ୍ସା କରାଯାଇଥିବା ବେଳେ 32 ଜଣଙ୍କୁ ଅସ୍ତ୍ରୋପଚାର ପାଇଁ ବ୍ରହ୍ମପୁର ଶଙ୍କର ଚକ୍ଷୁ ଚିକିତ୍ସାଳୟକୁ ପଠାଯାଇଛି l ରୋଗୀ ମାନଙ୍କୁ ଚିକିତ୍ସା କରିଥିଲେ l ବ୍ଲକ ବି.ଜେ.ଡି ସଭାପତି ବିଜୟ କୁମାର ଦୋରା, ଟାଟା ଷ୍ଟିଲ ସି. ଏସ. ଆର.ରକି ମାର୍ଟିନ, ହେଲଥ ଇନଚାର୍ଜ ନରସିଂହ ସାହୁ, ସରପଞ୍ଚ ଓ ସମିତି ସଭ୍ୟ, ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ l ଏଥି ସହିତ ବିଦ୍ୟାଳୟ ବୁଲି ଦେଖିବା ସହିତ ପ୍ରଧାନ ଶିକ୍ଷକ କେ. ଭିମ ରାଜୁ ପାତ୍ର ଓ ଅନନ୍ୟା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସୁବିଧା ଅସୁବିଧା ପଚାରି ବୁଝିଥିଲେ l

ADVERTISEMENT